ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଶ୍ୱ ଶିଶୁ ଦିବସ ଅବସରରେ ୟୁନିସେଫର ବାର୍ତ୍ତା ‘ଭବିଷ୍ୟତ ପାଇଁ ଆହ୍ଵାନ’

Published By : Gurupada Nath | November 20, 2024 8:10 PM

ପୁରୀ,୨୦/୧୧ : ବିଶ୍ୱ ଶିଶୁ ଦିବସ ପାଳନ କରିବା ଅବସରରେ ୟୁନିସେଫ୍ ଓଡ଼ିଶା ଦ୍ଵାରା ବୁଧବାର ପୁରୀରେ ଏକ ବାଲୁକା କଳା ପ୍ରଦର୍ଶନୀ ହୋଇଯାଇଛି । ଏହି ବର୍ଷର ଥିମ୍ ‘ଭବିଷ୍ୟତ ପାଇଁ ଆହ୍ଵାନ୍’ ଉପରେ ଥିବା ଚିତ୍ରକଳା, ପିଲାମାନଙ୍କର ହସୁଥିବା ଚେହେରାକୁ ପ୍ରଦର୍ଶନ କରି ଭବିଷ୍ୟତ ଗଠନରେ ସେମାନଙ୍କ ମତର ଗୁରୁତ୍ୱକୁ ଦର୍ଶାଇଥିଲା । ବାଲୁକା ଶିଳ୍ପୀ ମାନସ ସାହୁ ୮ ଘଣ୍ଟା ମଧ୍ୟରେ ୧୨ ଟନ୍ ବାଲି ବ୍ୟବହାର କରି ୧୫ ଫୁଟ ଓସାର, ୫ ଫୁଟ ଉଚ୍ଚର ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲେ ।

୧୯୮୯ରେ ଶିଶୁ ଅଧିକାର ସମ୍ମିଳନୀରେ ପ୍ରତିବର୍ଷ ନଭେମ୍ବର ୨୦ରେ ବିଶ୍ୱ ଶିଶୁ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ପିଲାମାନଙ୍କୁ ପ୍ରଭାବିତ କରୁଥିବା ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥାଏ ଏବଂ ସେମାନଙ୍କୁ ସେମାନଙ୍କର ଅଧିକାର ପାଇଁ ନିଜର ମତ ରଖିବାକୁ ସାହାସ ଦେଇଥାଏ।

ୟୁନିସେଫ୍ ଓଡିଶା ରାଜ୍ୟ ଅଫିସ୍ ମୁଖ୍ୟ ୱିଲିୟମ୍ ହାନଲୋନ୍ (ଜୁନିଅର୍) ଏହି ଅବସରରେ କହିଛନ୍ତି ଯେ, “ଆଜି ଜଳବାୟୁ ପରିବର୍ତ୍ତନ, ବହୁଳ ପ୍ରଯୁକ୍ତିବିଦ୍ୟା ଏବଂ ଜନସଂଖ୍ୟା ପରିବର୍ତ୍ତନ ସହିତ ପିଲାମାନେ ଅପ୍ରତ୍ୟାଶିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧା ଗୁଡ଼ିକ ପାଇଁ ୨୦୫୦ ସୁଦ୍ଧା ଆମେ ତାଙ୍କୁ କେଉଁ ପ୍ରକାରର ବାଲ୍ୟ ସମୟ ପ୍ରଦାନ କରିବାକୁ ଚାହୁଁଛୁ, ଏହା ଏକ  ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ବାଲୁକା କଳା ମାଧ୍ୟମରେ ଆମେ ଏକ ସକରାତ୍ମକ ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ ଏବଂ ପ୍ରତ୍ୟେକ ଶିଶୁର ଅଧିକାର ତଥା କଲ୍ୟାଣ ପାଇଁ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛୁ।“

ୟୁନିସେଫର ବିଶ୍ୱ ଶିଶୁ ଦିବସ ୨୦୨୪ପଦକ୍ଷେପ ପିଲାମାନଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ କଳ୍ପନା କରିବାକୁ ଏବଂ ବୟସ୍କମାନଙ୍କ ସହ କଥାବାର୍ତ୍ତା କରିବାକୁ ଉତ୍ସାହିତ କରେ । ପିଲାମାନଙ୍କର ଦୃଷ୍ଟିକୋଣ ଗ୍ରହଣ କରିବା ଦ୍ୱାରା, ଆମେ ସେମାନଙ୍କ ପାଇଁ ଏକ ଉତ୍ତମ ବିଶ୍ୱ ସୃଷ୍ଟି କରିବା ପାଇଁ ଏକତ୍ର କାର୍ଯ୍ୟ କରିପାରିବା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.