ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

Published By : Harapriya Sethi | October 6, 2024 11:43 AM

ଧର୍ମଗଡ,୦୬/୧୦: ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧକ୍କା ଦେଲା ଅଜଣା ଗାଡି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ ପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜଣେ ବ୍ୟକ୍ତି ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଶନିବାର ବିଳମ୍ୱିତ ରାତିରେ ଯାତ୍ରା କରୁଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ଆସି ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣକ ପ୍ରାଣ ହରାଇଥିଲେ । ତେବେ ରବିବାର ସକାଳୁ ବ୍ୟକ୍ତିଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ଆମ ପାଣି ଥାନା ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.