PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସତ୍‌ଲୋକ ଆଶ୍ରମରେ ନିରାଡ଼ମ୍ବର ବିବାହ, ବିନା ଯୌତୁକରେ ଗଙ୍ଗାଙ୍କ ହାତ ଧରିଲେ ସୁଶେନ

ବାରଙ୍ଗ,୪/୧୦ : ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥି୍‌ତ ସତ୍‌ଲୋକ ଆଶ୍ରମରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଏକ ନିରାଡ଼ମ୍ବର ବିବାହ ଉତ୍ସବ । ବିନା ଯୌତୁକ ଓ ରଙ୍ଗୀନ ସାଜସଜାର ମଣ୍ଡପ ବିନା ଗଙ୍ଗାଙ୍କ ହାତ ଧରିଛନ୍ତି ସୁଶେନ । କନ୍ୟା ଗଙ୍ଗା ଦଳେଇ ହେଉଛନ୍ତି ଯାଜପୁର ଜିଲ୍ଲା ମନୋହରପୁର ଗ୍ରାମର ବାସିନ୍ଦା ଓ ବର ସୁଶେନ ପ୍ରଧାନଙ୍କ ଘର ଗଞ୍ଜାମ ଜିଲ୍ଲା ସୁବର୍ଣ୍ଣପୁର । ଏହି ବିବାହରେ ନ ଥିଲା ରୋଶଣି ଓ ନ ଥିଲା ବରଯାତ୍ରୀଙ୍କ ପଟୁଆର । ବ୍ରାହ୍ମଣ ନ ଥିଲେ କି ବେଦମନ୍ତ୍ର ପାଠ ହୋଇନଥିଲା । ସନ୍ଥ ସତ୍‌ପାଲଙ୍କୁ ସାକ୍ଷୀ ରଖି ଉଭୟ ଜୀବନ ସାଥୀ ଭାବେ ପରସ୍ପରକୁ ଗ୍ରହଣ କରିଥିଲେ । କେବଳ ୧୭ ଜଣ ଅତିଥିଙ୍କୁ ନେଇ ୧୭ ମିନିଟ୍‌ରେ ବିବାହ ସମ୍ପନ୍ନ ହୋଇଥିଲା । ଆଜିକାଲିର ଯୌତୁକ ପ୍ରଥା ଭଳି କୁସଂସ୍କାରଠାରୁ ଦୂରେଇ ଯାଇ ସୁଶେନ ଯେଉଁ ମହତପଣିଆ ଦେଖାଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ହେବ ।

ବିବାହରେ ବରପକ୍ଷ, କନ୍ୟାପକ୍ଷ ଓ ଆଶ୍ରମର କିଛି ସଦସ୍ୟଙ୍କୁ ମିଶାଇ ମୋଟ୍‌ ୧୭ ଜଣ ସାମିଲ ଥିଲେ । ଏହି ଆଶ୍ରମ ସହିତ ଉଭୟ ବହୁ ଦିନରୁ ଜଡିତ ଥିବାରୁ ଏହି ଆଦର୍ଶ ବିବାହ ପାଇଁ ମନସ୍ଥ କରିଥିଲେ । ସୁଶେନ ବିଶାଖାପାଟଣାସ୍ଥିତ ଏଚ୍‌ପିସିଏଲରେ ମେକାନିକାଲ ବିଭାଗରେ କାର୍ଯ୍ୟରତ ଅଛନ୍ତି ।  ବିଭାଘର ପାଇଁ କନ୍ୟାଘର ପକ୍ଷରୁ କନ୍ୟାକୁ କେବଳ ଦୁଇ ଯୋଡି ବସ୍ତ୍ର ପ୍ରଦାନ କରିଥିଲେ । ବିଭାଘର ଶେଷରେ ଆଶ୍ରମ ତରଫରୁ ଭଣ୍ଡାର ଲାଗିଥିଲା । ଏହି ଅବସରରେ ବିବାହ କେବଳ ଦୁଇ ଆତ୍ମାର ମିଳନ ବୋଲି ସନ୍ଥ ରାମପାଲ ମହାରାଜ କହିଛନ୍ତି ।