PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମାର୍କେଟ୍‌ ବିଲ୍ଡିଂ ନିକଟରେ ଅଗ୍ନିକାଣ୍ଡ; ଜଳିଗଲା ୫ ଦୋକାନ

ଭୁବନେଶ୍ୱର,୧୭ ।୭(ବ୍ୟୁରୋ): ଆଜି ଭୋର ସମୟରେ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ଫୁଟପାଥ୍‌ରେ ଥିବା ୫ଟି ଦୋକାନ ଜଳିଯାଇଛି । ଏଥିରେ ୪ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ନିଆଁ ଲିଭାଇବା ଉଦ୍ୟମ କରି ଦୁଇଜଣ ଦୋକାନୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରୁ ଜଣାଯାଇଛି, ମାର୍କେଟ୍‌ ବିଲ୍ଡିଂ ନିକଟ ଫୁଟପାଥରେ ଥିବା ଏକ ବ୍ୟାଗ୍‌ ଦୋକାନ ରେ ଭୋର ୩ଟାରେ ହଠାତ୍‌ ନିଆଁ ଲାଗିଥିଲା । ଚାହୁଁଚାହୁଁ ପାଖ ଦୋକାନକୁ ବ୍ୟାପୀ ଯାଇଥିଲା । ଦୋକାନୀମାନେ ଉଠି ପଡ଼ି ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଫଳରେ ଦୁଇଜଣ ଦୋକାନୀଙ୍କ ହାତ ଫୋଟକା ହୋଇ ଯାଇଥିଲା । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ୫ଟି ଦୋକାନ ସଂପୂର୍ଣ୍ଣ ଜଳି ଯାଇଥିଲା । ଜଳି ଯାଇଥିବା ସମ୍ପତ୍ତିର ମୂଲ୍ୟ ୪ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଦୋକାନୀମାନେ କହିଛନ୍ତି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଦମ୍‌କଳବାହିନୀ ଅନୁମାନ କରୁଛି ।