PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପ୍ରେମରେ ଧୋକା, ଧୋକାରୁ ଆତ୍ମହତ୍ୟା: ଅନସକ୍ସେସ୍ ଲଭ୍ ଷ୍ଟୋରୀରେ ରହିଛି ଏହି ୩ ଅଭିନେତ୍ରୀଙ୍କ ନାମ

ପ୍ରେମ। ଯାହାକି ଅଢ଼େଇ ଅକ୍ଷରରେ ହିଁ ସରିଯାଏ। ଅଢ଼େଇ ଅକ୍ଷର ପ୍ରେମ ଯଦି ଅଢ଼େଇ ଦିନରେ ସରିଯିବ ତାକୁ କି ପ୍ରେମ କୁହାଯିବ।  ସତରେ ପ୍ରେମ ଯେଉଁ ବ୍ୟକ୍ତିକୁ ହୁଏ ବହୁତ କିଛି  ଅନୁଭୂତି ଦେଇଥାଏ। ଯାହାକୁ କେବେ  ଭୂଲି ହୁଏ  ନାହିଁ। ସେଥିପାଇଁ ତ ଯିଏ ପ୍ରେମରେ ଧୋକା ଖାଏ ସେ ଆତ୍ମହତ୍ୟା କରିବାକୁ ବି ପଛାଏ ନାହିଁ। ଏମିତି ପ୍ରେମ କାହାଣୀରେ ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ପ୍ରେମିକ ପ୍ରେମିକା ଆତ୍ମହତ୍ୟା କରିବାର ଶୁଣିବାକୁ ମିଳିଛି। ଏହା କୋୖଣସି ବଡ଼ କଥା ନୁହେଁ। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ଅଭିନେତା ଅଭି​‌ନେତ୍ରୀ ପର୍ଯ୍ୟନ୍ତ ଏମିତି ଆତ୍ମହତ୍ୟା କରିଛନ୍ତି। ଫିଲ୍ମ ଜଗତରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ପ୍ରେମରେ ଧୋକା ଖାଇବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ଼୍ରର ଜଣେ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯିଏ ଅମିତାଭ ବଚ୍ଚନ, ଅମିର ଖାନ୍, ଅକ୍ଷୟ କୁମାରଙ୍କ ସହିତ ସହିତ ଫିଲ୍ମ କରିଛନ୍ତି। ସେ ଆଉ କେହି ନୁହଁନ୍ତି, ବଲିଉଡ଼୍ ଅଭିନେତ୍ରୀ ଜିୟା ଖାନ୍। ଜିୟା ଖାନ୍ ଙ୍କୁ ହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ପୂର୍ବତନ ପ୍ରେମିକ ସୁରଜ ପଂଚୋଲି ବୋଲି କୁହାଯାଉଛି। ମାତ୍ର ଏହି ମାମଲା ସମ୍ପର୍କରେ କୋୖଣସି ପ୍ରମାଣ ପୁଲିସକୁ ଏ ପର୍ଯ୍ୟନ୍ତ ମିଳିନାହିଁ।

ଆଉ ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ପ୍ରତ୍ୟୁଷା ବାନାର୍ଜୀ। ପ୍ରତ୍ୟୁଷା ଛୋଟ ପରଦାରେ କାମ କରୁଥିବା ଜଣେ ଆଗ ଧାଡ଼ିର କଳାକାର। ମାତ୍ର ଟିଭି ସିରିଏଲ୍ ରେ ୬ବର୍ଷ କାମ କରିବା ପରେ ସେ ନିଜେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଲୋକପ୍ରିୟ ଅଭିନେତ୍ରୀ କୁଲଜୀତ ରଂଧବା। କେବଳ ଲୋକପ୍ରିୟ ନୁହେଁ ଜଣେ ମଡେଲର ଭାବରେ କୁଲଜୀତଙ୍କୁ ସମସ୍ତେ ଜାଣନ୍ତି। କୁଳଜିତ ନିଜର ଆତ୍ମହତ୍ୟାର କାରଣ ବ୍ରେକ୍ଅପ୍ ବୋଲି ନିଜ ସୁସାଇଡ଼୍ ନୋଟ୍ ରେ ଲେଖିଥିଲେ।  ମୁମ୍ବାଇରେ ରହୁଥିବା ତଥା କୁଳଜୀତଙ୍କ ନିଜ ଘରୁ ଏହି ନୋଟ ପୁଲିସ ପାଇଥିଲା। ଯେଉଁଥିରେ ଲେଖାଥିଲା ଯେ, ସେ ନିଜେ ହିଁ ଫାସୀ ଦେବାକୁ ଯାଉଛନ୍ତି। ପ୍ରେମରେ ଧୋକା ଖାଇଲା ପରେ ଯିଏ ଅନ୍ୟ ସାଥୀଙ୍କ କଥା ଚିନ୍ତା ନ କରି ଫାସୀ ଦେଇଛନ୍ତି।

ସମ୍ବନ୍ଧିତ ଖବର