ଭୁବନେଶ୍ୱର,୧୬/୦୫: ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନରେ ବରିଷ୍ଠ ପ୍ରଶାସକ କରୁଣାକର ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ । ଗତ ୧୦ ତାରିଖରେ ତାଙ୍କ ଦ୍ୱାରା ଲିଖିତ "Emerging Paradigms of District Administration in India" ପୁସ୍ତକ ଉନ୍ମୋଚନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟ ବକ୍ତା ଓଡିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଅବସରପ୍ରାପ୍ତ ରାଜ୍ୟ ଇଲେକ୍ସନ କମିଶନର ସଞ୍ଜୀବ ଚନ୍ଦ୍ର ହୋତାଙ୍କ ଉପସ୍ଥିତିରେ ପୁସ୍ତିକାଟି ଉନ୍ମୋଚନ କରାଯାଇଛି । ସଞ୍ଜୀବ ଚନ୍ଦ୍ର ହୋତା ବିସ୍ତୃତ ଭାବେ ପୁସ୍ତିକାଟି ସମୀକ୍ଷା କରିଥିବା ବେଳେ ଶେଷରେ ଡକ୍ଟର ଅଶ୍ୱିନୀ କୁମାର ତିୱାରୀ ଧନ୍ୟବାଦ ପ୍ରଦାନ କରିଥିଲେ। 

ଆହୁରି ପଢନ୍ତୁ-Mamata After Defeat: 'ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ଯାଇପାରିବେ, ମୁଁ ଦଳକୁ ପୁଣି ଛିଡା କରିବି', ହାରିବା ପରେ ମମତାଙ୍କ ଚରମବାଣୀ