ୟୁପି ବୋର୍ଡ ପରୀକ୍ଷା: ଆଧାର କାର୍ଡ ନଥିବାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପାଇଁ ମିଳିଲାନି ଅନୁମତି

source:www.amarujala.com
ନୁଆଦିଲ୍ଲୀ ୧୨/୨: ୟୁପି ବୋର୍ଡ ପରୀକ୍ଷା ୭ ଫେବୃୟାରୀରୁ ଆରମ୍ବ ହୋଇସାରିଛି । ବାଧ୍ୟତାମୂଳକ ବିଷୟର ପରୀକ୍ଷା ଆଜିଠାରୁ ଆରମ୍ବ ହୋଇଯାଇଛି । ଏହି କ୍ରମ ଅନୁସାରେ ଆଜି ୧୦ମ ହିନ୍ଦୀ ପରୀକ୍ଷା ଥିଲା କିନ୍ତୁ ଦିଲ୍ଲୀରୁ ଗ୍ରେଟର ନୋଏଡାରେ ସକାଳୁ ସକାଳୁ ପରୀକ୍ଷା ଦେବାପାଇଁ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିଲାନି ।
ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ସକାଳେ ସକାଳେ ପହଞ୍ଚିବା ପରେ ଏକ ନୂଆ ଆଦେଶ ତାଙ୍କୁ ଚିନ୍ତିତ କରିପକାଇଲା । ସେମାନଙ୍କୁ କୁହାଗଲା ଯେ ଯେଉଁମାନଙ୍କ ପାଖରେ ଆଧାରକାର୍ଡ ନାହିଁ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବନି ।

ଏହି କଥା ଶୁଣି ଛାତ୍ରଛାତ୍ରୀ ଚିନ୍ତିତ ହୋଇପଡିଥିଲେ । ସେମାନେ କହିଥିଲେ ତାଙ୍କ ପାଖରେ ଆଡମିଟ୍ କାର୍ଡ ଅଛି । ତଥାପି ସେମାନଙ୍କୁ ଅନୁମତି ମିଳିନଥିଲା । ତେବେ ସେମାନଙ୍କ ପରିବାର ଲୋକେ ଘରକୁ ଯାଇ ଆଧାର କାର୍ଡ ଆଣିବା ପରେ ସେମାନଙ୍କୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା ।
ତେବେ ଅନ୍ୟ ଏକ ମଜାକଥା ହେଉଛି ନୂଆ ନିୟମ ଅନୁସାରେ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଓ ଭଏସ୍ ରେକର୍ଡର ଲାଗିଥିବା ଅନେକ ଛାତ୍ରଛାତ୍ରୀ ଭୟରେ ପରୀକ୍ଷା ଦେବାକୁ ଆସିନଥିଲେ ।