ଲକ୍ଷ୍ନୌ : ଅଗ୍ନିକୁ ସାକ୍ଷୀ ରଖି ବାହାହେଲେ । ସାତଜନ୍ମ ସାଥୀ ହୋଇ ରହିବାକୁ କଥାଦେଲେ, ହେଲେ ମାତ୍ର ଦିନ ୨୦ଟାରେ ଘର ଛାଡ଼ି ଫେରାର ହୋଇଗଲେ କନ୍ୟା । ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ଟଙ୍କା ପାଇବା ପରେ ଛୁ ମାରିଲେ ଯୁବତୀ । ଉତ୍ତରପ୍ରଦେଶର ଝାନ୍ସୀରୁ ଆସିଛି ଏଭଳି ଖବର । ଫେବୃଆରୀ ୧୯ ତାରିକରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ସମ୍ମେଳନରେ ଏମାନଙ୍କ ବିବାହ ହୋଇଥିଲା । ଘରକୁ ଆସିଲେ ଭଲରେ ଚଳିଲେ ହେଲେ ହଠାତ୍ ଘର ଛାଡ଼ି ଫେରାର ହୋଇଗଲେ । ବରର ପରିବାର ପୁଲିସ ନିକଟରେ ଏନେଇ ଅଭିଯୋଗ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଶୈଳେନ୍ଦ୍ର ନାମକ ଯୁବକ ଗତ ମାସ ୧୯ ତାରିଖରେ ବିବାହ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମିଳୁଥିବା ଯୋଜନାର ଲାଭ ପାଇବା ପାଇଁ ଗଣବିବାହ ଯୋଜନାରେ ସାମିଲ ହୋଇଥିଲେ । ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ୬୦ ହଜାର ଟଙ୍କା ମିଳୁଛି । ଯୁବତୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିବା ପରେ ସେ ଫେରାର ହୋଇଯାଇଥିଲେ । ସେପଟେ ସେ ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ଅନ୍ର ଜଣେ ଯୁବକଙ୍କ ଭଲ ପାଉଥିଲେ । ତାଙ୍କ ସହ ଫେରାର ହେବା ପାଇଁ ପୂର୍ବରୁ ଯୋଜନା କରିଥିଲେ । ଆଉ ଟଙ୍କା ମିଳୁ ମିଳୁ ଫେରାର ହୋଇଗଲେ । ବରର ପରିବାର ପକ୍ଷରୁ କୁହାଯାଇଛି କି, ସେ ଯେଭଳି ବ୍ୟବହାର କରୁଥିଲେ କେହି ମଧ୍ୟ ଭାବିନଥିଲେ କି ଏଭଳି କରିବେ ବୋଲି ।

ଏହାସହ ପଢ଼ନ୍ତୁ : IPL ଇତିହାସରେ ସର୍ବାଧିକ ମ୍ୟାଚ୍ ହାରିଥିବା ଦଳ କିଏ ?