ୟୁପିରେ ଗାଈ ଓ ଷଣ୍ଢଙ୍କୁ ମିଳିଲା ଅଧିକାର, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

source:http://joanmorton.com
ଲକ୍ଷ୍ନୌ ୧୨/୨: ଏବେ ଦେଶରେ ପ୍ରତି ବ୍ୟକ୍ତିର ପରିଚୟ ସାଜିଛି ଆଧାର କାର୍ଡ ଯାହାକି ଏକ ନମ୍ବର । କିନ୍ତୁ ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ଯ ହେବେ ଯେ ଉତ୍ତର ପ୍ରଦେଶରେ ଗାଈ ଓ ଷଣ୍ଢଙ୍କ ପରିଚୟ ମଧ୍ୟ ଏବେ ନମ୍ବର ମାଧ୍ୟମରେ ହେବ । ଯୋଗୀ ସରକାରଙ୍କ ଆଦେଶ ପରେ ଉତ୍ତର ପ୍ରଦେଶରେ ଗୋଶାଳାରେ ଗାଈ ଓ ଷଣ୍ଢଙ୍କୁ ନମ୍ବର ଦିଆଯାଉଛି ଏବଂ ଏହା ସେମାନଙ୍କ ଆଧାର ହିଁ ସେମାନଙ୍କ ପରିଚୟ ହେବ ।
ଯୋଗୀ ସରକାରଙ୍କ ଆଦେଶ ପରେ ଗାଜିୟାବାଦ ସଡକରେ ବୁଲୁଥିବା ଗାଈ ଓ ଷଣ୍ଢକୁ ଧରି ଗୋଶାଳାରେ ରଖିବାକୁ ଆଦେଶ ଦେଇଦିଆଯାଇଥିଲା କିନ୍ତୁ ଏବେ ଗାଈ ଓ ଷଣ୍ଢଙ୍କ ପରିଚୟ ନମ୍ବର ମିଳୁଛି । ଏବେ ୟୁପିରେ ଗାଈ ଓ ଷଣ୍ଢ ମଧ୍ୟ କହିପାରିବେ ଯେ ଆମେ ଲାୱାରିସ୍ ନୁହେଁ କାରଣ ତାଙ୍କର ମଧ୍ୟ ପରିଚୟ ମିଳିଯିବ ।
ଗାଜିୟାବାଦର ନନ୍ଦୀ ପାର୍କରେ ୩୦୦୦ରୁ ଅଧିକ ଗାଈ ଓ ଷଣ୍ଢଙ୍କୁ ଏକ ହଲଦିଆ ରଙ୍ଗର ନୂଆ ଟ୍ୟାଗ ନମ୍ବର ମିଳିଛି । ଏଥିରେ ଥିବା ନମ୍ବରରୁ ଜଣାପଡିଯିବ ଯେ ଏହା କେତେ ନମ୍ବର ଗାଈ ବା ଷଣ୍ଢ । ତାର ରଙ୍ଗ, ବୟସ, କେଉଁ ପ୍ରଜାତିର ସବୁ ଏହି ନମ୍ବରରୁ ଜଣା ପଡିଯିବ । ଏହାର ରେକର୍ଡ ରଖାଯିବ । ଏପର୍ଯ୍ଯନ୍ତ ୧୦୧ ଗାଈ ଓ ଷଣ୍ଡଙ୍କୁ ନମ୍ବର ମିଳିସାରିଛି । ଏହି ଅଭିଯାନ ଫଳରେ ଗୋ ତସ୍କରୀକୁ ମଧ୍ୟ ରୋକାଯାଇପାରିବ । ଏହାବ୍ୟତୀତ ଗୋଶାଳାରୁ ଖସି ପଳାଉଥିବା ଗୋରୁଙ୍କୁ ମଧ୍ୟ ସୂଚନା ମିଳିପାରିବ ଏବଂ ତାଙ୍କୁ ସୁରକ୍ଷା ପ୍ରଦାନ କରାଯିବ ।