ସୁବର୍ଣ୍ଣପୁର, ୦୯/୦୮: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଳା ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବ୍ୟକ୍ତିଗତ ପ୍ରକଳ୍ପ ଗାଈ, ଛେଳି, ମେଣ୍ଢା ଗୁହାଳ ନିର୍ମାଣ, ସେଚ କୂପ ଖନନ, ଜମି ଉନ୍ନତି କରଣ ପ୍ରକଳ୍ପ ମଞ୍ଜୁରୀ ପାଇଁ ବିଡିଓ ବିରମହାରାଜପୁରଙ୍କ ଠାରେ ଆପତ୍ତି କରିବା, ସୁଫଳ ନମିଳିବାରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା, କ୍ଷୁଦ୍ର, ନାମମାତ୍ର, ତଫସିଲ ଭୁକ୍ତ ଜାତି, ଜନଜାତି ଯୋଗ୍ୟ ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବ୍ୟକ୍ତିଗତ ହିତାଧିକାରୀ ଅନୁଦାନ ମଞ୍ଜୁରୀ ପାଇଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ପାଖାପାଖି ବର୍ଷେ ପୁରି ଯାଇଥିଲେ ମଧ୍ୟ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟରେ ବ୍ଲକ ପ୍ରତିବନ୍ଧକ ସାଜିଥିବା ଅଭିଯୋଗ କରି ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଆମରଣ ଅନଶନ କରିବେ । ଆସନ୍ତା ସ୍ଵାଧୀନତା ଦିବସରୁ ବ୍ଲକ ସମ୍ମୁଖରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ଉଫୁଲା ସରପଞ୍ଚ ।

ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ବାଛିବେ ମୋଦି, ଜେପ...