ନୂଆଦିଲ୍ଲୀ,୦୨/୧୧: ୟୁନିଫାଏଡ୍‌  ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ)  ଲାଇଟ ୟୁଜରଙ୍କ ଲାଗି ଖୁସି ଖବର । ଏହି  ବର୍ଗର ୟୁଜର ଏବେ ୧୦୦୦ ଟଙ୍କା ଟ୍ରାନ୍ସଫର  କରିପାରିବେ । ଆର୍‌ବିଆଇ ୟୁପିଆଇ ଲାଇଟର  ଟ୍ରାଞ୍ଜାକ୍ସନ ଲିମିଟ୍‌କୁ ୫୦୦ ଟଙ୍କାରୁ ବୃଦ୍ଧି କରି  ୧୦୦୦ ଟଙ୍କା କରିଛି  ।  

ଏହା ସହ ୟୁପିଆଇ ଲାଇଟ୍‌ ୱାଲେଟ  ସୀମା ୨ ହଜାର ଟଙ୍କାରୁ ୫ ହଜାରକୁ ବଢ଼ିଛି ।  ଫିଚର ଫୋନ ୟୁଜରଙ୍କ ଲାଗି ଆର୍‌ବିଆଇ ୟୁପିଆଇ ୧୨୩ ଲିମିଟକୁ ୫୦୦୦ରୁ  ବଢ଼ାଇ ୧୦,୦୦୦ ଟଙ୍କା କରିଛି । ଏହା  ସହ ୟୁପିଆଇ ଲାଇଟ ବାଲାନ୍ସ ଧାର୍ଯ୍ୟ  ସୀମାଠାରୁ ନିମ୍ନକୁ ଗଲେ ଟପ୍‌ଅପ୍‌ ଫିଚର  ଜରିଆରେ ୟୁପିଆଇ ଲାଇଟ୍‌ରେ ପୁଣି  ଥରେ ଟଙ୍କା ଯୋଡ଼ିପାରିବେ । ଏହାକୁ  ମାନୁଆଲ ଟପ୍‌ଅପ୍‌ କରାଇବାକୁ ପଡ଼ିବନି ।