ଭୁବନେଶ୍ୱର,୨୨/୦୫: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସ୍‌ସି) ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ହେବାକୁ ଥିବା ପ୍ରିଲିମ୍ନାରୀ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି । ଆଗରୁ ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ର ଥିଲା । ଏବେ ଏହା ବୃଦ୍ଧି ପାଇ ୮୩ଟି ସଂଖ୍ୟାରେ ପହଞ୍ଚିଛି । ଭୁବନେଶ୍ୱର ସମେତ କାନପୁର, ମିରଟ ସହରରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।

ୟୁପିଏସ୍‌ସିର ତଥ୍ୟ ଅନୁଯାୟୀ ଆଗରୁ ଓଡ଼ିଶାରେ କଟକ ଓ ସମ୍ବଲପୁରରେ ୟୁପିଏସ୍ସି ପରୀକ୍ଷା କେନ୍ଦ୍ର ରହିଥିଲା । ମାତ୍ର ଏବେ ଭୁବନେଶ୍ୱର ଯୋଡ଼ି ହୋଇଛି । ନୂଆ କରି ଦେଶରେ ଯୋଡ଼ି ହୋଇଥିବା ୩ ସହର ପରେ କଟକ, ଲକ୍ଷେ୍ନø ଓ ଗାଜିଆବାଦରୁ ପାଖାପାଖି ୨୩ହଜାର ପରୀକ୍ଷାର୍ଥୀ କେନ୍ଦ୍ର ବଦଳାଇଛନ୍ତି । ବିଶେଷ ଭାବେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା କେନ୍ଦ୍ର ମାନ ସହଯୋଗ କରିବ ।

ଅଧିକ ପଢ଼ନ୍ତୁ :- Job Exams: ଆଜିଠୁ ଆର୍ଆଇ, ଅମିନ ପରୀକ୍ଷା ,୩ଟି ସିଫ୍ଟରେ ଜୁନ୍ ୨୦ ଯାଏ ପରୀକ୍ଷା ଦେବେ ଆଶାୟୀ