ମୁମ୍ବାଇ,୨୮ା୩(ଏଜେନ୍ସି): କଂଗ୍ରେସରେ ଯୋଗ ଦେବାର ଗୋଟିଏ ଦିନପରେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଆଜି ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ମୋଦି ଲୋକ ହିସାବରେ ଭଲ ହୋଇଥିଲେ ମଧ୍ୟ ତାଙ୍କର ରାଜନୈତିକ ଚିନ୍ତାଧାରା ଭଲ ନୁହେଁ ବୋଲି ଉର୍ମିଳା ଅଭିଯୋଗ କରିଛନ୍ତି । ବିଜେପିର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେବଳ ଘୃଣା ଏବଂ ଅସହିଷ୍ଣୁତା ବୃଦ୍ଧି ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ବିଜେପି ଶାସନରେ ଅଭିନେତା ଅଭିନତ୍ରୀମାନଙ୍କୁ ପୁର୍ଣ୍ଣ ସ୍ୱାଧୀନତା ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ବାସ କରୁଛୁ । ଯେଉଁଠି ଲୋକଙ୍କ କଥା କହିବାର ପୂର୍ଣ୍ଣ ସ୍ୱାଧୀନତା ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ଲୋକଙ୍କ ବାକ୍ ସ୍ୱାଧିନତା ଅନେକ ମାତ୍ରାରେ କ୍ଷୁର୍ଣ୍ଣ ହେଉଥିବା ସେ ଅଭିଯୋଗ କରିଛନ୍ତି ।
ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସର୍ପ୍ରାଇଜ୍ ଦେ...