PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଉମଙ୍ଗରେ ଉର୍ବଶୀଙ୍କ ଜଲୱା, ଭାରତନାଟ୍ୟମ୍ ନୃତ୍ୟ କରି ଜିତିଲେ ଦର୍ଶକଙ୍କ ହୃଦୟ

ନୂଆଦିଲ୍ଲୀ ୨୮/୦୬: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀମାନଙ୍କ ତାଲିକାରେ ଗଣାଯାଏ। ଉର୍ବଶୀ ତାଙ୍କ ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ହେତୁ ଇଣ୍ଡଷ୍ଟ୍ରିରେ ଏହି ସ୍ଥାନ ହାସଲ କରିଛନ୍ତି। ଯଦିଓ ଅଭିନେତ୍ରୀଙ୍କୁ ଫିଲ୍ମରେ କ୍ୱଚିତ୍ ଦେଖାଯାଏ, କିନ୍ତୁ ସେ ଦୁନିଆର ଟପ୍ ମଡେଲ୍ ତାଲିକାରେ ଗଣିତ। ଉର୍ବଶୀ ତାଙ୍କ ଗ୍ଲାମରସ୍ ଅନ୍ଦାଜକୁ ନେଇ ସର୍ବଦା ଲାଇମଲାଇଟରେ ରହିଥାନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ପ୍ରତିବର୍ଷ ଭଳି ମୁମ୍ବାଇରେ ରବିବାର ସନ୍ଧ୍ୟାରେ ମୁମ୍ବାଇ ପୋଲିସ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶାହାରୁଖ ଖାନଙ୍କ ଠାରୁ ସାରା ଅଲି ଖାନ ପର୍ଯ୍ୟନ୍ତ ଉମଙ୍ଗ କାର୍ଯ୍ୟକ୍ରମରେ ନିଜର ପରଫର୍ମାନ୍ସ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଉର୍ବଶୀ ରୌତେଲାଙ୍କ ଦେଶୀ ଅନ୍ଦାଜ ଦେଖିବାକୁ ମିଳିଥିଲା।

ଉର୍ବଶୀ କେବଳ ସେଠାରେ ବସିଥିବା ଲୋକଙ୍କର ନୁହେଁ ବରଂ ଉମଙ୍ଗ କାର୍ଯ୍ୟକ୍ରମ ସମୟରେ ଭାରତନାଟ୍ୟମ୍ କରି ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏହି ଲୁକ୍ ର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଉର୍ବଶୀ ଗୋଲାପୀ ଏବଂ ସବୁଜ ରଙ୍ଗର ଭାରତନାଟ୍ୟମ୍ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଭାରତନାଟ୍ୟମ୍ ପୋଷାକରେ ଉର୍ବଶୀ ଜଣେ ଆପସରା ପରି ଲାଗୁଛନ୍ତି।