ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଯଦି ଭାରତ ପଛକୁ ନ ହଟିବ... ଆମେରିକାର ଆଉ ଏକ ଚେତାବନୀ, ଜାଣନ୍ତୁ କଣ ?

Published By : Ankita S | August 28, 2025 9:54 AM

ନୂଆଦିଲ୍ଲୀ,୨୮/୦୮: ଭାରତରୁ ଆମେରିକା ଯାଉଥିବା ସାମଗ୍ରୀଗୁଡ଼ିକ ଉପରେ ୫୦% ଟାରିଫ୍‌ ଲାଗୁ ହୋଇଛି । ଏହି ନୂଆ ଶୁଳ୍କ ଭାରତର ପ୍ରାୟ ୫.୪ ଲକ୍ଷ କୋଟିର ରପ୍ତାନିକୁ ପ୍ରଭାବିତ କରିପାରେ । ନିଯୁକ୍ତି ହ୍ରାସ କରିପାରେ । ୫୦% ଟାରିଫ୍‌ ଲାଗୁ ପରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଚରମ ସ୍ଥିତିରେ ରହିଛି । ଏହାରି ଭିତରେ ପୁଣି ଭାରତକୁ ଧମକ ଦେଇଛି ଆମେରିକା । ହ୍ୱାଇଟ ହାଉସ ପରାମର୍ଶଦାତା କେଭିନ ହାସେଟ ଭାରତ-ଆମେରିକା ସମ୍ପର୍କକୁ 'ଜଟିଳ' ବୋଲି କହିବା ସହ ଆମେରିକା ଉତ୍ପାଦକୁ ଭାରତ ବଜାର ଖୋଲିବାକୁ ନେଇ ଜିଦି ବାବଦରେ କହିଛନ୍ତି ।

ଆମେରିକୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ହାସେଟ୍ ଭାରତ ଉପରେ ଲାଗୁ ହୋଇଥିବା ଆମେରିକାର ଶୁଳ୍କକୁ ୟୁକ୍ରେନ ବିବାଦ ପାଇଁ ରୁଷ ଉପରେ ଚାପ ପକାଇବା ପାଇଁ ବ୍ୟାପକ ଭୂରାଜନୈତିକ ପ୍ରୟାସ ସହିତ ଯୋଡିଛନ୍ତି।  ସେ କହିଛନ୍ତି, "ମୁଁ ଭାବୁଛି ଏହା ଏକ ଜଟିଳ ସମ୍ପର୍କ । ଆମେ ରୁଷ ଉପରେ ଏକ ଶାନ୍ତି ଚୁକ୍ତି ସୁରକ୍ଷିତ କରିବା ଏବଂ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ଚାପ ପକାଇବାକୁ ଚେଷ୍ଟା କରୁଛୁ । ଯାହା ଏହାର ଏକ ଅଂଶ । ଏଥିରେ ଭାରତର ଜିଦ୍ ମଧ୍ୟ ଅଛି ।  ଆମର ଉତ୍ପାଦ ପାଇଁ ତାର ବଜାର ଖୋଲି ନାହିଁ । ଯଦି ଭାରତ ତା ଜିଦ୍‌ରେ ଅଟଳ ରୁହେ ତେବେ ଟାରିଫ୍‌ରୁ ଆଶ୍ୱସ୍ତି ମିଳିବ ନାହିଁ । " 

ଅଧିକ ପଢନ୍ତୁ...ଏହା ମୋଦିଙ୍କ ଯୁଦ୍ଧ...ରୁଷ-ୟୁକ୍ରେନ ଲଢେଇ ସହ ଭାରତକୁ କାହିଁକି ଯୋଡୁଛି ଆମେରିକା ?

ବିକଳ୍ପ ବଜାର ଖୋଜୁଛି ଭାରତ- ୫୦% ଟାରିଫ୍‌ ଦ୍ୱାରା ଆମେରିକାରେ ବିକ୍ରି ହେଉଥିବା ପୋଷାକ, ରତ୍ନପଥର-ଗହଣା, ଫର୍ଣ୍ଣିଚର ଏବଂ ସାମୁଦ୍ରିକ ଖାଦ୍ୟ ଆଦି ଭାରତୀୟ ସାମଗ୍ରୀ ମହଙ୍ଗା ହୋଇଯିବ । ଫଳରେ ଏଗୁଡ଼ିକର ଚାହିଦା ୭୦% ହ୍ରାସ ଘଟିପାରେ । ଚୀନ୍‌, ଭିଏତ୍‌ନାମ ଏବଂ ମେକ୍ସିକୋ ଭଳି କମ୍ ଟାରିଫ୍‌ଯୁକ୍ତ ଦେଶଗୁଡ଼ିକର ସାମଗ୍ରୀ ଶସ୍ତା ଦାମରେ ବିକ୍ରି ହେବ । ଏହା ଦ୍ୱାରା ଆମେରିକା ବଜାରରେ ଭାରତୀୟ କମ୍ପାନୀଗୁଡ଼ିକର ବଜାର ଅଂଶ କମିପାରେ । ଟ୍ରମ୍ପଙ୍କ ଟାରିଫ୍ ଜାବାବ ଦେବାକୁ ଭାରତ ବିକଳ୍ପ ବଜାର ଖୋଜୁଛି । ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଗଲାଣି ଭାରତ । ଟେକ୍ସଟାଇଲ ରପ୍ତାନୀ ପାଇଁ ବ୍ରିଟେନ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୪୦ ପ୍ରମୁଖ ବଜାରକୁ ଫୋକସ୍ କରୁଛି । ଭାରତ ଏବେ ୨୨୦ରୁ ଅଧିକ ଦେଶକୁ ରପ୍ତାନୀ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.