ନୂଆଦିଲ୍ଲୀ,୦୩/୦୩; ଭୟଙ୍କର ହେଉଛି ଆମେରିକା-ଇରାନ ଯୁଦ୍ଧ । ଆହୁରି ଲମ୍ୱା ଚାଲିବ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ସୁପ୍ରିମ ଲିଡର ଖାମେନେଇଙ୍କ ହତ୍ୟାର ପ୍ରତିଶୋଧ ନିଆଁରେ ଜଳୁଛି ଇରାନ । ରକ୍ତମୁଖା ହୋଇଉଠିଛି । ଇସ୍ରାଏଲ ଏବଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ତାର ଆକ୍ରମଣ ଜାରି ରହିଛି । ଆମେରିକା ଓ ଇସ୍ରାଏଲର ୫୦୦ଟି ଘାଟିକୁ ଟାର୍ଗେଟ୍ କରିବା ପରେ ଏବେ ଆମେରିକା ଦୂତାବାସକୁ ଡ୍ରୋନ୍ ମାଡ କରିଛି ଇରାନ । ରିୟାଧରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ୍ ଆଟାକ୍ ହୋଇଛି । ଦୁଇ ଥର ବିସ୍ଫୋରଣରେ ଥରିଲା ରିୟାଧରେ ଥିବା ଏମ୍ବାସୀ କ୍ବାର୍ଟର । ଆକ୍ରମଣର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେପଟେ ୧୪ ଦେଶ ତୁରନ୍ତ ଛାଡିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଇସ୍ରାଏଲ ଏବଂ ଇରାନ ପକ୍ଷରୁ ମଧ୍ୟ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ସାଉଦି, କତର ଏବଂ କୁଏତ ସମେତ ଅନେକ ଆରବ ଦେଶ ଉପରେ ଥିବା ୟୁଏସ ଠିକଣାରେ ଇରାନ ଆକ୍ରମଣ ଜାରି ରଖିଛି ।

ଇସ୍ରାଏଲ ସେନା ତେହେରାନ ଏବଂ ବେରୁଟ ଉପେର ହମଲା ଜାରି ରଖିଛି । ଯେଉଁଥିରେ ଇରାନର ସରକାରୀ ବ୍ରୋଡକାଷ୍ଟ ଉପରେ ଆକ୍ରମଣ ସାମିଲ । ଇରାନ ଏବଂ ଲେବାନନରେ ମୃତ୍ୟୁସଂଖ୍ୟା ଶହ ଶହ ଟପିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଇରାନ ଆମେରିକୀୟ ସ୍ଥଳସେନାର ସମ୍ଭାବ୍ୟ ମୁତୟନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ୱୀକାର କରିନାହାନ୍ତି । ନ୍ୟୁୟର୍କ ପୋଷ୍ଟ ସହିତ ଏକ ଫୋନ୍ ସାକ୍ଷାତକାରରେ ସେ କହିଛନ୍ତି, ମୋର ସ୍ଥଳସେନା ମୁତୟନ କରିବାରେ କୌଣସି ସମସ୍ୟା ନାହିଁ । ଯେପରି ପ୍ରତ୍ୟେକ ରାଷ୍ଟ୍ରପତି କୁହନ୍ତି ସ୍ଥଳସେନା ମୁତୟନ ହେବନାହିଁ ମୁଁ ତାହା କରୁନାହିଁ ।

ଏ ପର୍ଯ୍ୟନ୍ତ ବଡ଼ ଅପଡେଟ୍
୧. ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ଘୋଷଣା କରିବା ସହ ରଣନୈତିକ ଜଳପଥ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ନିଆଁ ଲଗାଇ ଦିଆଯିବ ବୋଲି ଚେତାବନୀ ଦେଇଥିବାରୁ ମଧ୍ୟପ୍ରାଚ୍ୟ ସଙ୍କର ଆହୁରି ଗଭୀର ହେଉଛି ।
୨.IRGC ଦାବି କରିଛି ଯେ, ଏହା ଆମେରିକୀୟ ସୈନ୍ୟଙ୍କୁ ଆଶ୍ରୟ ଦେଉଥିବା କୁୱେତର ଆରିଫଜାନ ଘାଟି ଉପରେ ୧୦ଟି ଡ୍ରୋନ ବ୍ୟବହାର କରି ନୂଆ ଆକ୍ରମଣ କରିଛି ।
୩.ଫକ୍ସ ନ୍ୟୁଜ୍ ରିପୋର୍ଟ କରିଛି ଯେ, ଇରାନୀ ଡ୍ରୋନ୍ ଆକ୍ରମଣ ସମୟରେ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଖାଲି ଥିଲା । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ , ଏହି ଘଟଣାରେ କୌଣସି କ୍ଷତି ହୋଇନାହିଁ  ।
୪. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ପ୍ରାୟ ଚାରି ସପ୍ତାହ ଚାଲିପାରେ। ସେ ପ୍ରତିଶ୍ରୁତି ଦେଇଥିଲେ ଯେ ୱାଶିଂଟନ ତେହରାନର ମିସାଇଲ ଏବଂ କ୍ଷେପଣାସ୍ତ୍ର କ୍ଷମତାକୁ ନଷ୍ଟ କରିବାକୁ ଯାହା ଦରକାର ତାହା କରିବ 
୫. ଇସ୍ରାଏଲ ସେନା ଆଜି ସକାଳୁ ଲେବାନନ ରାଜଧାନୀ ବେରୁଟରେ ହିଜବୁଲ୍ଲା କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଉପରେ ବୋମାମାଡ଼ କରିଛି ।

 

ଏହା ବି ପଢନ୍ତୁ...ଇସ୍ରାଏଲ ଉପରେ ଇରାନର ସବୁଠାରୁ ବଡ଼ ହମଲା, ନେତନ୍ୟାହୁଙ୍କ କାର୍ଯ୍ୟାଳୟକୁ ମିସାଇଲ ମାଡ଼ କରିଥିବା ଦାବି  

​​​​​​​'୧୪ ଦେଶ ତୁରନ୍ତ ଛାଡ଼'- ଇରାନର ଘନ ଘନ ଆକ୍ରମଣରେ ତାର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି  ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂତନ ଆଡଭାଇଜରୀ ହୋଇଛି । ସେଥିରେ ୧୪ ଦେଶ ତୁରନ୍ତ ଛାଡିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ବାହାରିନ, ଇଜିପ୍ଟ, ଇରାନ, ଇରାକ, ଇସ୍ରାଏଲ, ଦ ୱେଷ୍ଟ ବ୍ୟାଙ୍କ, ଗାଜା,  କୁଏତ, ଜୋର୍ଡାନ, ଲେବାନନ, ଓମାନ, କାତାର, ସାଉଦି ଆରବ, ସିରିଆ, ୟୁଏଇ ଓ ୟେମେନକୁ ତୁରନ୍ତ ଛାଡିବା ପାଇଁ ନିର୍ଦ୍ଦେଶ ହୋଇଛି । କମର୍ସିଆଲ ଫ୍ଲାଇଟ ନେଇ ଏହି ସମସ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ସୁରକ୍ଷା ପାଇଁ ନିକଟସ୍ଥ ଆମେରିକା ଦୂତାବାସ ସହ ସମ୍ପର୍କ ପାଇଁ ଅନୁରୋଧ କରିଛି ।