ନୂଆଦିଲ୍ଲୀ,୦୧/୧୦: ଆମେରିକା ପୁଣି ଥରେ ସଟ୍ଡାଉନ୍ ହେବାର ଆଶଙ୍କାର ସମ୍ମୁଖୀନ ହୋଇଛି । ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ବଜେଟ୍ ବିବାଦ ବଢିଛି । ଫଳରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଚାକିରି ବିପଦରେ ପଡିଛି । ଶିକ୍ଷା ବିଭାଗ ଏବଂ ଏକାଧିକ ଏଜେନ୍ସିଂ ପ୍ରଭାବିତ ହୋଇଛି । ହେଲେ ଏଫଆଇବି, ସିଆଇଏ ଏବଂ ଡାକ ପରି ଗୁରୁତ୍ୱପୂର୍ଣ୍ଣ ସେବା ଚାଲୁ ରହିବ । ଗତ ୬ ବର୍ଷରେ ପ୍ରଥମ ଥର ଆମେରିକା ପୁଣି ଥରେ ସଟ୍ଡାଉନ ମୁହାଣରେ ଛିଡା ହୋଇଛି । ଆମେରିକା ସଂସଦ ଉପର ଗୃହ ସିନେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ଅସ୍ଥାୟୀ ଫଣ୍ଡିଂ ବିଂଲ ପାସ୍ କରିବାରେ ବିଫଳ ହୋଇଛି । ପାର୍ଟିକୁ ୬୦ ଭୋଟର ଆବଶ୍ୟକ ଥିଲା ମାତ୍ର ୫୫ଟି ମିଳିଲା । ତେଣୁ ଏହି ପ୍ରସ୍ତାବ ଗ୍ରହଣ କରାଯାଇନାହିଁ । ଫଣ୍ଡିଂ ସମୟସୀମା ଆଜି ଶେଷ ହେଉଛି । ତେଣୁ ସ୍ପଷ୍ଟ ଯେ ଏହି ସ୍ଥିତି ପାଇଁ ସରକାର ନିଶ୍ଚୟ ଫଣ୍ଡିଂର ବିସ୍ତାର କରିପାରିବ ନାହିଁ ଅର୍ଥାତ କିଛି ଖର୍ଚ୍ଚ କରିପାରିବ ନାହିଁ । ଏହାର ଅର୍ଥ ସଂଘୀୟ ସରକାରର ସବୁ କାର୍ଯ୍ୟ ବନ୍ଦ ହୋଇପାରେ ।
ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ "ଅଣ-ଅତ୍ୟାବଶ୍ୟକ" ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ ରଖିବାକୁ ପଡିବ। ଏହି ପରିସ୍ଥିତିକୁ ସଟ୍ଡାଉନ କୁହାଯାଏ । ଗତ ଦୁଇ ଦଶକରେ ଏହା ଆମେରିକା ପଞ୍ଚମ ବଡ଼ ସଟ୍ଡାଉନ୍ ସ୍ଥିତି ହୋଇପାରେ ।ଏହା ପୂର୍ବରୁ ରିବ୍ଲିକାନ ସରକାର ନଭେମ୍ବର ୨୧ ଯାଏ ଏକ ସ୍ୱଳ୍ପ ବଜେଟ୍ ଘୋଷଣା କରି ବିଲ୍ ପାସ୍ କରିଥିଲେ । ଡେମୋକ୍ରାଟିକ ଅନୁସାରେ ଏହା ପର୍ଯ୍ୟାପ୍ତ ନଥିଲା । ସେ ଚାହୁଁଥିଲେ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀଷ୍ମକାଳୀନ ମେଗା ବିଲ୍ରୁ ମେଡିକେଟ ଛାଡକୁ ଫେରାଇ ନିଅନ୍ତୁ । ସୁଲଭ ସେବା ଆଇନରୁ ପ୍ରମୁଖ ଟିକସ କ୍ରେଡିଟ୍ ବୃଦ୍ଧି କରାଯାଉ । ହେଲେ ରିପ୍ଲିକାନ ଏହି ଦାବିକୁ ଖାରଜ କରିଛି । ୧୦୦ ସଦସ୍ୟ ଥିବା ଗୃହରେ ପ୍ରସ୍ତାବ ସପକ୍ଷରେ ୬୦ ଭୋଟ ନୁହେଁ ୫୫-୪୫ ଅନ୍ତରରେ ରହିଥିଲା ।
୬ ବର୍ଷ ପରେ ଏହା ପ୍ରଥମ ଥର ହେବ, ଯେଉଁଠି ଫଣ୍ଡିଂ କମ ହେବାରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବ । ଆମେରିକାର ସଂଘୀୟ ସରକାର, ଟ୍ରମ୍ପ ପ୍ରଶାସନ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଛି । କଂଗ୍ରେସରୁ ଆବଶ୍ୟକୀୟ ଅନୁମୋଦନ ପାଇବାରେ ବିଫଳ ହୋଇଥିବାରୁ ଟ୍ରମ୍ପ ପ୍ରଶାସନର ପାଣ୍ଠିକୁ ବନ୍ଦ କରି ଦିଆଯାଇଛି । ସରକାର ଏହାର ଖର୍ଚ୍ଚ ବିଲ୍ ପାସ୍ କରିବାରେ ବିଫଳ ହୋଇଛି । ଆମେରିକାରେ ସରକାରୀ ସଂସ୍ଥାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଯିବ । ଅଣ-ଅତ୍ୟାବଶ୍ୟକୀୟ ଫେଡେରାଲ୍ କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ । ସାମରିକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯିବ।
ବନ୍ଦର ପ୍ରଭାବ କ’ଣ ହେବ ? ଆମେରିକାରେ ନୂଆ ଆର୍ଥିକ ବର୍ଷ ଅକ୍ଟୋବର ୧ ତାରିଖରେ ଆରମ୍ଭ ହେଉଛି । ଏଥର ଟ୍ରମ୍ପ ପ୍ରଶାସନର ଖର୍ଚ୍ଚ ବିଲ୍ ପାସ୍ ହୋଇନଥିଲା, ଏବଂ ସଟ୍ଡାଉନ୍ ଲାଗୁ ହୋଇଛି । ମୋଟ ସରକାରୀ କର୍ମଚାରୀଙ୍କ ୪୦%, କିମ୍ବା ପ୍ରାୟ ୮୦୦,୦୦୦ କର୍ମଚାରୀଙ୍କୁ ବେତନ ବିନା ଅସ୍ଥାୟୀ ଛୁଟିରେ ରଖାଯାଇପାରେ । ଆଇନ ଶୃଙ୍ଖଳା, ସୀମା ସୁରକ୍ଷା, ଚିକିତ୍ସା ସେବା ଏବଂ ବିମାନ ସେବା ଭଳି ଅତ୍ୟାବଶ୍ୟକୀୟ ସେବା ଜାରି ରହିବ।