ତେହେରାନ, ୦୯/୦୩: ଆମେରିକା ଓ ଇସ୍ରାଏଲର ମିଳିତ ସେନା ଇରାନର ସମସ୍ତ ପରମାଣୁ କେନ୍ଦ୍ର ଓ ୟୁରାନିୟମ ଭଣ୍ଡାରକୁ ନିଜ କବ୍ଜାକୁ ନେବା ଉପରେ ବିଚାର କରୁଛନ୍ତି । ଏଥିପାଇଁ ସେମାନେ ସ୍ୱତନ୍ତ୍ର ବାହିନୀକୁ ଇରାନ ପଠାଇବେ ବୋଲି ସୂଚନା ମିଳିଛି । ଆମେରିକାର ଏକ ସମାଚାର ୱେବସାଇଟ୍ ଏକ୍ସିୟୋସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡିଛି ।
ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀମାନେ ଇରାନର ପରମାଣୁ ଭଣ୍ଡାରର ସୁରକ୍ଷା ଲାଗି ସ୍ୱତନ୍ତ୍ର ସେନା ଅଭିଯାନ ଚଳାଇବା ଉପରେ ଆଲୋଚନା କରୁଛନ୍ତି । ତେବେ ଏହି ଅଭିଯାନ କେବଳ ଆମେରିକା ସୈନ୍ୟମାନେ କରିବେ ନା ଏଥିରେ ଇସ୍ରାଏଲ ସୈନ୍ୟମାନେ ସାମିଲ ହେବେ ତାହା ସ୍ପଷ୍ଟ ହୋଇନାହିଁ । କୁହାଯାଇଛି କି ବର୍ତ୍ତମାନ ଇରାନ ପାଖରେ ୪୦୦ କି.ଗ୍ରାରୁ ଅଧିକ ୬୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ ୟୁରାନିୟମ ଭଣ୍ଡାର ରହିଛି । ଏକଥା ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥାର ଏକ ରିପୋର୍ଟରୁ ଜଣାପଡିଛି ।
ଅଧିକ ପଢ଼ନ୍ତୁ :- ମୋଜତାବା ଖାମେନେଇ ଇରାନର ନୂଆ 'ସୁପ୍ରିମ ଲିଡର', ବଦଳିବ କି ମଧ୍ୟପ୍ରାଚ୍ୟର ରାଜନୀତି ?