ନୂଆଦିଲ୍ଲୀ : ଇରାନ ଉପରେ ମିଳିତ ଆକ୍ରମଣ କରିଥିବା ଆମେରିକା ଓ ଇସ୍ରାଏଲକୁ ମଧ୍ୟ ଯୁଦ୍ଧରେ ଖୁବ୍ କ୍ଷତିର ସାମ୍ନା କରିବାକୁ ପଡ଼ୁଛି। ଏହି ଯୁଦ୍ଧରେ ଏବେସୁଦ୍ଧା ସରକାରୀ ତଥ୍ୟାନୁସାରେ ଆମେରିକାର ଚାରୋଟି ବିମାନ ନଷ୍ଟ ହୋଇଛି। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଶୁକ୍ରବାର ୪ର୍ଥ ବିମାନ ଖସିବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଇନ୍ଧନ ଭରୁଥିବା ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଏଥିରେ ବସି ଥିବା ୬ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ସୂଚନା ମୁତାବିକ , ଉକ୍ତ ବିମାନ ଖସିବାରେ ଏବେସୁଦ୍ଧା ନା ଶତ୍ରୁର ଫାୟାରିଂ ହୋଇଛି ନା ହିଁ ନିଜ ପକ୍ଷରରୁ କରାଯାଇ ଥିବା ଫାୟାରିଂ ସାମିଲ ଥିଲା। ସେଣ୍ଟକମ୍ ମୁତାବିକ ଏହା ଉପରେ ଏବେ ତଦନ୍ତ କରାଯାଉଛି।

ସେଣ୍ଟକମ୍ ପକ୍ଷରୁ ଏହି ଘଟଣରେ ଅଧିକ ସୂଚନା ଦେଇ କୁହାଯାଇଛି ଯେ, ଏହି ଘଟଣାରେ ଦୁଇଟି ବିମାନ ସାମିଲ ଥିଲା। କ୍ରାସ୍ ହୋଇଥିବା ବିମାନ ( ବୋଇଂ କେସି -୧୩୫) ଇରାନରେ ଜାରି ଅଭିଯାନର ପାର୍ଟ ଥିଲା। ଏହା ଏକ ଟ୍ୟାଙ୍କର ବିମାନ ,ଯାହାକି ଅନ୍ୟ ଜେଟ୍‌କୁ ଆକାଶରେ ହିଁ ଫୁଏଲ ଉପଲବ୍ଧ କରାଇ ଥିଲା। ଉକ୍ତ ଘଟଣା ପରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବିମାନ କ୍ରାସ୍ ହେବା ଦ୍ୱାରା ଅନ୍ୟ ବିମାନ ସୁରକ୍ଷିତ ରୂପେ ଲ୍ୟାଣ୍ଡ କରିଛି।

ଆମେରିକାର ବାୟୁସେନା ପାଇଁ ଏହି ବିମାନର ଭୂମିକା ବହୁତ ହିଁ ବିଶେଷ। ବୋଇଂର କେସି-୧୩୫ ଷ୍ଟ୍ରେଟୋଟାଙ୍କର ବିମାନ ଆକାଶରେ ଉଡ଼ି ଅନ୍ୟ ଲଢୁଆ ବିମାନରେ ଇନ୍ଧନ ଭରିବାର କ୍ଷମତା ରଖି ଥାଏ। ଏହି ଲମ୍ୱ ଦୂରତାରେ ଆମେରିକୀୟ ସାମରିକ ଅଭିଯାନରେ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ପାଳନ କରେ। ଇରାନ ଯୁଦ୍ଧ ବେଳେ ମଧ୍ୟ ଏହି ବିମାନର ବଡ଼ ସ୍ତରରେ ଉପଯୋଗ କରାଯାଉଛି , ଯାହାକି ଆମେରକୀୟ ବିମାନର ଉଡ଼ିବାର କ୍ଷମତାକୁ ବୃଦ୍ଧି କରାଯାଇ ପାରିବ।