ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୧,୨୨ ପାଉଣ୍ଡ୍‌ର କଖାରୁ ଡଙ୍ଗା ଚଳାଇ ବିଶ୍ୱ ରେକର୍ଡ

Published By : Anindita Ratha | November 3, 2024 10:49 AM

ନୂଆଦିଲ୍ଲୀ,୦୩/୧୧:  ଓରେଗନ୍‌ର ହାପ୍ପି ଭ୍ୟାଲି ସ୍ଥିତ ରିଅଲ ଇଷ୍ଟେଟ୍‌ ମୂଲ୍ୟାଙ୍କନକାରୀ ଗ୍ୟାରି କ୍ରିଷ୍ଟେନ୍‌ସେନ୍‌ ୧,୨୨୪ ପାଉଣ୍ଡ୍‌ର ଏକ କଖାରୁ ଫଳାଇଛନ୍ତି । ଏହାକୁ ଡଙ୍ଗାରେ ରୂପାନ୍ତର କରି କଲମ୍ବିଆ ନଦୀରେ ୨୬ ଘଣ୍ଟା ନୌଚାଳନା କରିଛନ୍ତି । ୱାଶିଂଟନ୍‌ର ନର୍ଥ ବୋନ୍‌ଭିଲ୍ଲେଠୁ ସେ ଯାତ୍ରା ଆରମ୍ଭ କରି ଭ୍ୟାଙ୍କୁଭର ପର୍ଯ୍ୟନ୍ତ ୭୩.୫୦ କିମି ଯାତ୍ରା କରିଥିଲେ । କଖାରୁ ଡଙ୍ଗା ଜରିଆରେ ଦୀର୍ଘତମ ଯାତ୍ରା ନିମନ୍ତେ ସେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଗିନିଜ୍‌ ୱର୍ଲଡ୍‌ ରେକର୍ଡସ ତାଙ୍କୁ ଏହି ମାନ୍ୟତା ପ୍ରଦାନ କରିଛି । ୪୬ ବର୍ଷୀୟ ଗ୍ୟାରି ନିଜ ହାତ ତିଆରି ‘ପଙ୍କି ଲୋଫଷ୍ଟର୍‌’ କଖାରୁ ଡଙ୍ଗାରେ ଚଳିତ ମାସ ୧୨-୧୩ ତାରିଖରେ ୨୬ ଘଣ୍ଟାରେ ଜଳ ଯାତ୍ରା ଶେଷ କରିଥିଲେ । 

ଗ୍ୟାରି ଗତ ଜୁଲାଇ ୧୪ ତାରିଖରେ ସେ ଏହି କଖାରୁର ପରାଗସଂଗମ କରିଥିଲେ । ଗତ ଅକ୍ଟୋବର ୪ ତାରିଖରେ ଏହାକୁ ଅମଳ କରିଥିଲେ । ପର ଦିନ ଗରଭେସ୍‌ ସ୍ଥିତ ବଉମ୍ୟାନ୍ସ ହାର୍ଭେଷ୍ଟ୍‌ ଫେଷ୍ଟିଭାଲ୍‌ରେ କଖାରୁ ଓଜନ କରାଯାଇଥିଲା । ୪୨୯.୨୬ ସେମି ମୋଟେଇଯୁକ୍ତ ଏହି କଖାରୁର ଓଜନ ଥିଲା ୫୫୫.୨ କିଲୋ । ଅକ୍ଟୋବର ୧୧ ତାରିଖରେ ଗ୍ୟାରି ଏହାକୁ କାଟି ଡଙ୍ଗାରେ ରୂପାନ୍ତରିତ କଲେ । ଯାତ୍ରାକୁ ସମ୍ପୂର୍ଣ୍ଣ ରେକର୍ଡ କରିବାକୁ ଏଥିରେ ଏକ କ୍ୟାମେରା ଲଗାଇଲେ । ଗ୍ୟାରି କହିଛନ୍ତି, ପ୍ରାୟ ୨ ଘଣ୍ଟା ନୌକାଚାଳନା ପରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୫୬ କିମି ହେଲା ଏବଂ କଖାରୁ ପାଶ୍ୱର୍ରେ ଲହରି ମାଡ଼ ହେଲା । ମଲ୍‌ଟନୋମାହଠୁ କଲମ୍ବିଆ ମାର୍ଗରେ ଏକ ସୁରକ୍ଷିତ ବେଳାଭୂମି ପଡ଼ିଲା, ଯେଉଁଠି ସେ ଓହ୍ଲାଇବାକୁ ସ୍ଥିର କଲେ । ତେବେ କଖାରୁ ଡଙ୍ଗା ତଳକୁ ଦବୁଥିବାରୁ ଅବତରଣ ଅତ୍ୟନ୍ତ କଷ୍ଟକର ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.