ତେହେରାନ : ହର୍ମୁଜ ଉପରୁ ହଠାତ୍ ଗାଏବ ହୋଇଗଲା ଆମେରିକୀୟ ନୌସେନାର ଏକ ସର୍ଭିଲାନ୍ସ ଡ୍ରୋନ୍ । ଯାହାର ନାଁ ଏମକ୍ୟୁ ୪ସି ଟ୍ରିଟନ। ଏହାର ଠିକ୍ ପୂର୍ବରୁ ଏୟାରକ୍ରାଫ୍ଟ ଏମର୍ଜେନ୍ସି ଆଲର୍ଟ ଜାରି କରିଥିଲା, ଯେଉଁଥିରେ ଆମେରିକୀୟ ନୌସେନା ଟେନସନକୁ ଆସି ଯାଇଥିଲା। ଏହି ଏୟାରକ୍ରାଫ୍ଟ ଆମେରିକୀୟ ନେଭିର ଏବେସୁଦ୍ଧା ସବୁଠୁ ମହଙ୍ଗା ଏୟାରକ୍ରାଫ୍ଟ ଭାବେ ଜଣା। ଆମେରିକା ଓ ଇରାନ ମଧ୍ୟରେ ଗତ କିଛି ଦିନରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛି, ଏହାପରେ ହର୍ମୁଜ ଖୋଲିବାର ରାସ୍ତା ସ୍ପଷ୍ଟ ହୋଇ ଯାଇଛି। ହେଲେ ଇରାନ ଏହା ଉପରେ ଟୋଲ୍ ଲଗାଇବାକୁ ଯୋଜନା କରୁଛି।
ଉକ୍ତ ଡ୍ରୋନ୍ ପ୍ରାୟ ତିନି ଘଣ୍ଟାରୁ ହର୍ମୁଜ ଷ୍ଟ୍ରେଟ୍ ଓ ପାରସ୍ୟର ଉପସାଗରକୁ ନିରୀକ୍ଷଣ କରୁଥିଲା ଏବଂ ଲାଗୁଥିଲା ଯେ, ସେ ଇଟାଲୀର ନେଭଲ ଏୟାର ଷ୍ଟେସନ ସିଗନାଲ ଆଡ଼କୁ ଫେରୁଛି। ସେତେବେଳେ ହଠାତ୍ ଏହା ବାୟୁରେ ହିଁ ଗାଏବ ହୋଇଗଲା।
ଅନଲାଇନ୍ ଫ୍ଲାଇଟ୍ ଟ୍ରାକିଂ ୱେବ୍ସସାଇଟ୍ ଫ୍ଲାଇଟ ରଡାର ୨୪ ଅନୁସାରେ , ଡ୍ରୋନ୍ ଏମର୍ଜେନ୍ସି ଆଲର୍ଟ କୋଡ୍ ୭୭୦୦ ପଠାଇ ଥିଲା ଏବଂ ପୁଣି ଡ୍ରୋନ୍ ଇରାନ ଆଡ଼କୁ ଟର୍ନ ନେଇଥିଲା। ଏହି ସମୟରେ, ସେ କିଛି ମାତ୍ରାର ତଳକୁ ଓହ୍ଲାଉ ଥିବାର ମଧ୍ୟ ଦେଖାଯାଉ ଥିଲା। କିଛି ସମୟ ପରେ ରାଡାରରୁ ଡ୍ରୋନ୍ ଗାଏବ ହୋଇଗଲା। ହେଲେ , ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଡ୍ରୋନ୍ କ୍ରାଶ ହୋଇଛି ନା ତାଙ୍କ ଆକ୍ରମଣ ହୋଇ ଖସାଇ ଦିଆଯାଇଛି କିମ୍ୱା ଆଉ କିଛି କାରଣ ଅଛି। କିନ୍ତୁ ଉକ୍ତ ଘଟଣା ନିଶ୍ଚୟ ଆମେରିକାକୁ ଟେନସନରେ ପକାଇ ଦେଇଛି।
ଆହୁରି ମଧ୍ୟ ପଢନ୍ତୁ : ପାକିସ୍ତାନକୁ ଚେତାବନୀ ଦେଲା ଇସ୍ରାଏଲ୍ : 'ଏଭଳି ପ୍ରତିକ୍ରିୟା ବରଦାସ୍ତ କରିବୁନି...'