ନୂଆଦିଲ୍ଲୀ,୨୫।୪: ନେପାଳରେ ପ୍ରଭାବ ବିସ୍ତାବ କରିବାର ଚେଷ୍ଟାରେ ରହିଛି ଆମେରିକା। ଏବେ ନେପାଳ ସେନାକୁ ୬ଟି ଫାଇଟର ହେଲିକପ୍ଟର ଦେବାର ପ୍ରସ୍ତାବ ଦେଇଛି ଆମେରିକା। ଏହି ପ୍ରସ୍ତାବ ସହ ଆମେରିକା ସରକାର ସହିତ ସେନାରେ ନିଜର ପ୍ରଭାବ ବିସ୍ତାର କରିବାର ଚେଷ୍ଟା କରିବ। ନେପାଳରେ ଗତ ମାସ ପ୍ରଧାନମନ୍ତ୍ରୀ ହୋଇଥିବା ବାଲେନ୍ ଶାହଙ୍କ ସହିତ ଆମେରିକା ଘନିଷ୍ଠତା ବଢାଇବାକୁ ଚେଷ୍ଟା କରୁଛି। ସେଥିପାଇଁ ନେପାଳ ସେନାକୁ ଏଭଳି ଏକ ଆକର୍ଷୀୟ ଅଫର ଦିଆଯାଇଛି। ନେପାଳ ସେନା କିନ୍ତୁ ଏହି ପ୍ରସ୍ତାବ ଉପରେ ନିଜର କୌଣସି ପ୍ରତିକ୍ରିୟା ଦେଇ ନାହିଁ।

କାଠମାଣ୍ଡୁ ରିପୋର୍ଟ ଅନୁସାରେ, ଆମେରିକାର ଫରେନ୍ ମିଲିଟାରୀ ଫାଇନାନ୍ସିଂ (ଏଫ୍ଏମ୍ଏଫ୍) ୧୦୦ ମିଲିୟନ ଡଲାରର ଗ୍ରାଣ୍ଟ ସହିତ ନେପାଳକୁ ୬ଟି ହେଲିକପ୍ଟର ଦେଇପାରେ। ଆମେରିକା ପକ୍ଷରୁ ଏହାର ପ୍ରସ୍ତାବ କାଠମାଣ୍ଡୁକୁ ପଠାଯାଇଛି। ଏହି ପ୍ରସ୍ତାବ ଉପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଓ ନେପାଳ ସେନା ଭିତରେ ଆଲୋଚନା ଚାଲିଛି। ନେପାଳ ସେନା ମଧ୍ୟ ଏ ବିଷୟରେ କୌଣସି ଫର୍ମାଲ ଉତ୍ତର ଦେଇ ନାହିଁ।

ସେନା ସୁତ୍ର ଅନୁସାରେ, କାଠମାଣ୍ଡୁରେ ଆମେରିକା ଦୂତାବାସ ସେନା ଅଧିକାରୀ ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାକୁ କହିଛି। ଅନ୍ୟପକ୍ଷେ ନେପାଳ ସେନା ଏହାକୁ ନେଇ ଖୁବ୍ ଭଲ ଭାବରେ ବିଚାର କରି ଆଗକୁ ବଢିବ। ନେପାଳ ସେନା ଭିତରେ ଆଲୋଚନା ଚାଲିଛି, କାରଣ ହେଲିକପ୍ଟର ଚଳାଇବା ପାଇଁ ଜରୁରୀ ଆଭିଏସନ୍ ଫୁଏଲ, ଟ୍ରେନିଂ ଓ ମେଣ୍ଟେନାନ୍ସର ଖର୍ଚ୍ଚ ମହଙ୍ଗା ହୋଇଯିବ। ଏହି ସବୁ ପ୍ରସଭ୍ଗ ଉପରେ ବିଚାର କରାଯାଉଛି।

ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର ରାଜାରାମ ବସନେତ କହିଛନ୍ତି2081 BSରେ ୧୦୦ ମିଳିୟନ ଡଲାରର ଏଫ୍ଏମଏଫ୍ ଗ୍ରାଣ୍ଟ ବିଷୟରେ ଏକ ଏଗ୍ରିମେଣ୍ଟ ହୋଇଥିଲା, କିନ୍ତୁ ତାଭ୍କ ପାଖରେ ୬ ହେଲିକପ୍ଟର ବିଷୟରେ ବର୍ତ୍ତମାନ କୌଣସି ଫର୍ମାଲ ସୂଚନା ନାହିଁ। ତେବେ ମିନିଷ୍ଟ୍ରି ଅଫ୍ ଡିଫେନ୍ସର ଜଣେ ଅଧିକାରୀ କହିଛନ୍ତି, ଆମେରିକା ଦୂତାବାସ ଏ ମାମଲାରେ ବାରମ୍ବାର ରିକ୍ବେଷ୍ଟ କରୁଛି।