PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରୁଷ୍‌କୁ ପରମାଣୁ ଆକ୍ରମଣ ଧମକ ଦେବାରୁ ରୋକା ଯାଉ …ୟୁଏନ ସଦସ୍ୟ ଦେଶଗୁଡ଼ିକୁ କହିଲା ୟୁଏସ୍

ନୂଆଦିଲ୍ଲୀ :  ରୁଷ୍‌କୁ ପରମାଣୁ ହମଲା ଧମକରୁ ଅଟକା ଯାଉ । ନୁହେଁତ ପରିସ୍ଥିତି ସାଙ୍ଘାତିକ ହେବ ।  ଏନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ର ସବୁ ସଦସ୍ୟଙ୍କୁ କହିଛି ଆମେରିକା। ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କେନ ଗୁରୁବାର ୟୁଏନଏସସିର ସବୁ ସଦସ୍ୟ ଦେଶକୁ ଏହି କଥାର ସ୍ପଷ୍ଟ ମେସେଜ୍‌ ପଠାଇବାକୁ ଅପିଲ କରିଛନ୍ତି । ରୁଷିଆ ପରମାଣୁ ହମଲାର ଧମକକୁ ଯେମିତି ହେଉ ରୋକିବା ଉଚିତ। ବ୍ଲିଙ୍କେନ ୟୁକ୍ରେନରେ ରୁଷୀୟ ହମଲା ବିଷୟରେ ପରିଷଦର ଏକ ଅଧିବେଶନକୁ ସମ୍ୱୋଧିତ କରି ଏହି କଥା କହିଛନ୍ତି ।

ବ୍ଲିଙ୍କେନ କହିଛନ୍ତି , ପରିଷଦର ସବୁ ସଦସ୍ୟ ଦେଶଙ୍କୁ ଏପରି ବେପରୁଆ ପରମାଣୁ ବିପଦକୁ ତୁରନ୍ତ ରୋକିବା ପାଇଁ ରୁଷ୍‌କୁ ସ୍ପଷ୍ଟ ମେସେଜ୍‌ ଦେବା ଉଚିତ୍‌। ନିଜର ସମ୍ୱୋଧନ ବେଳେ ବ୍ଲିଙ୍କେନ ୟୁକ୍ରେନ ବିରୋଧ ଯୁଦ୍ଧରେ ଅନେକ ଅପରାଧ ବିଷୟରେ ବି ସୂଚିତ କରିଛନ୍ତି  ଏବଂ ସବୁ ଦେଶ ଏହି ବିଷୟରେ ସ୍ୱର ଉଠେଇବାରୁ ଅପିଲ କରିଛନ୍ତି ।

ଉଲ୍ଲେଖନୀୟ ଯେ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚଳିତ ସପ୍ତାହର ଆରମ୍ଭରେ କହିଥିଲେ କି, ରାଷ୍ଟ୍ରକୁ ବିପଦ ଆସିଲେ ନିଜ ଲୋକଙ୍କ ସୁରକ୍ଷା ପାଇଁ ପରମାଣୁ ଶକ୍ତି ସଂପନ୍ନ ତାଙ୍କର ଦେଶ ସବୁ ଉପଲବ୍ଧର ବିକଳ୍ପର ଉପଯୋଗ କରିବ।

ସମ୍ବନ୍ଧିତ ଖବର