ନୂଆଦିଲ୍ଲୀ,୨୮।୧୦: ଆମେରିକାରେ ଡୋନାଲ୍ଡୋ ଟ୍ରମ୍ପ ସରକାରଙ୍କ ଦ୍ବୀତିୟ ସବୁଠାରୁ ଲମ୍ବା ସଟଡାଉନ୍ ଜାରି ରହିଛି।  ଲକ୍ଷାଧିକ ଆମେରିକୀୟଙ୍କୁ ଖାଦ୍ୟ ସହ ସରକାର କର୍ମଚାରୀଙ୍କୁ ମିଳିପାରୁନି ବେତନ ।ବିମାନ ସେବା ଉପରେ ବି ପ୍ରଭାବ ପଡିଛି । ଉଡାଣରେ ବିଳମ୍ବ ଯୋଗୁଁ ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ସେପେଟ ସଂସଦରେ ଡେମୋକ୍ରାଟସ  ଓ ରିପବ୍ଲିକାନ୍ ପାର୍ଟି ନିଜ ନିଜର ସ୍ଥିତି ଉପରେ ମଧ୍ୟ ଜିଦରେ ଅଟଳ ଅଛନ୍ତି। ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମଧ୍ୟସ୍ଥତା ଚେଷ୍ଟା ପରେ ବି ଶୀଘ୍ର ସମାଧାନ ହେବାର ସମ୍ଭାବନା ନାହିଁ। 

ଆମେରିକାରେ ୧ ଅକ୍ଟୋବରରୁ ସରକାରୀ ସଟଡାଉନ୍ ଜାରି ରହିଛି। ଗତ ୭ ବର୍ଷରେ ଏହା ପ୍ରଥମ ଘଟଣା। ଯେତେବେଳେ ସରକାରୀ ସଟଡାଉନ୍ ହୋଇଛି। ଏହା ପୂର୍ବରୁ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ୨୨ ଡିସେମ୍ବର ୨୦୧୮ ରୁ ୨୫ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ସରକାରୀ ସଟଡାଉନ୍ ଚାଲିଥିଲା। ଯାହାକି ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ସଟଡାଉନ ଥିଲା। ବର୍ତ୍ତମାନ ଆମେରିକା ଇତିହାସରେ ଦ୍ବିତୀୟ ସବୁଠାରୁ ଲମ୍ବା ସଟଡାଉନ ଜାରି ରହିଛି। ଏହି କାରଣରୁ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ପ୍ରତି ସପ୍ତାହରେ ପ୍ରାୟ ୨୩ ଲକ୍ଷ କୋଟି ଟଙ୍କାର କ୍ଷତି ହେଉଛି। ବହୁ ସରକାରୀ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇ ଦିଆଯାଇଛି। ଦେଶର ପ୍ରତିରକ୍ଷା ବିଭାଗ ଏବେ ସଙ୍କଟରେ ପଡିଛି। ୧୩ ଲକ୍ଷ ସୈନିକଙ୍କୁ ମଧ୍ୟ ଦରମା ଦେବା ସମ୍ଭବ ହୋଇପାରିନି। ଶୁକ୍ରବାର ପର୍ଯ୍ୟନ୍ତ ତାଙ୍କୁ ବେତନ ନମିଳିବାର ଆଶଙ୍କା ରହିଛି। ଆମେରିକା ପ୍ରତିରକ୍ଷା ବିଭାଗ ବା  ପେଣ୍ଟାଗନ କହିଛି ତାଙ୍କୁ  ୧୧୦୦ କୋଟି ଟଙ୍କାର ଡୋନେସନ୍ ମିଳିଛି। ଏହି ଅର୍ଥକୁ ସୈନିକଙ୍କୁ ଦରମା ଦେବା ପାଇଁ ବ୍ୟବହାର କରାଯିବ। ତେବେ ଆମେରିକାର ପ୍ରତ୍ୟେକ ସୈନିକଙ୍କୁ ପୁରା ଦରମା ଦେବା ସମ୍ଭବ ହେବ ନାହିଁ, କିନ୍ତୁ କିଛି ମାତ୍ରାରେ ସହାୟତା ମିଳିଯିବ। ଅନ୍ୟପକ୍ଷେ ପ୍ରାୟ ୪.୨ କୋଟି ଆମେରିକୀୟଙ୍କୁ ମିଳୁଥିବା ଖାଦ୍ୟ ସହାୟତା ମଧ୍ୟ ଶୁକ୍ରବାର ଠପ୍ ପଡିପାରେ। ଏହା ଭିତରେ ଆମେରିକାରେ ବିମାନ ସେବା ପ୍ରଭାବିତ ହୋଇଛି। ୭ ହଜାରରୁ ଅଧିକ ବିମାନ ଉଡାଣ ବିଳମ୍ବ ହୋଇଛି।

ତେବେ ଆସନ୍ତୁ ଜାଣିବା ସଟଡାଉନ କ’ଣ ଓ କେବେ ହୁଏ ?। ଯେତେବେଳେ ଆମେରିକା କଂଗ୍ରେସ ଠିକ୍ ସମୟରେ ଫଣ୍ଡିଂ ବିଲ୍ ପାସ୍ ନକରନ୍ତି, ତାଦ୍ବାରା ସଂଘୀୟ ସରକାରଙ୍କ ବଜେଟ୍ ଶେଷ ହୋଇଯାଏ। ଏହି କାରଣରୁ ଅତ୍ୟାବଶ୍ୟକୀୟ ସରକାରୀ ସେବା ବନ୍ଦ ହୋଇଯାଏ। କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇ ଦିଆଯାଏ। ବହୁ ସରକାରୀ କାମ ମଧ୍ୟ ପ୍ରଭାବିତ ହୋଇଥାଏ। ସେପେଟ ‘ଆମେରିକାନ୍ ଫେଡେରେସନ ଅଫ୍ ଗର୍ଭମେଣ୍ଟ ଏମ୍ଫଲଏଜ୍’ର ଅଧ୍ୟକ୍ଷ ଏଭରେଟ୍ କେଳି କଂଗ୍ରେସରୁ ତୁରନ୍ତ ଆର୍ଥିକ ପୋଷଣ ବିଲ୍ ପାସ୍ କରିବାକୁ ଅପିଲ କରିଛନ୍ତି। ଫଳରେ କର୍ମଚାରୀଙ୍କୁ ପୁରା ବେତନ ମିଳିପାରିବ। ଏଭରେଟ୍ କେଲି କହିଛନ୍ତି ଏବେ ସଫା ସୁତରା ପ୍ରସ୍ତାବ ପାସ୍ କରି ଏହି ସଟ୍‌ଡାଉନ୍‌କୁ ଶେଷ କରାଯାଉ।  ଅଧୁରା ପଦକ୍ଷେପ ଚାଲିବନି।’