ନୂଆଦିଲ୍ଲୀ,୦୮/୦୭; ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା । ଇରାନ ଉପରେ ଆଉଥରେ ଆମେରିକାର ଆକ୍ରମଣ । ଗତକାଲି ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ୩ ଜାହାଜକୁ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେଇ ଜବାବ ଦେଇଛି ୱାସିଂଟନ । ଇରାନ ଉପରେ ପୁଣି ବୋମା ବର୍ଷା କରିଛି । ଆମେରିକାର ଆକ୍ରମଣରେ ଦୋହଲି ଉଠିଛି ଅବ୍ବାସ ପୋର୍ଟ ଅଫ୍ ସିରିଜ୍ ସହ କେଶେମ ଦ୍ୱୀପ । ଏକାଧିକ ସ୍ଥାନରେ ଆକ୍ରମଣ କରିଛି ଇରାନ । ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ଏହା ଏକ ନୂଆ ମୋଡ ବୋଲି ବିବେଚନା କରାଯାଉଛି । ଯୁଦ୍ଧ ସମାପ୍ତ କରିବାର ପ୍ରୟାସ ଉପରେ ଏବେ ଖଣ୍ଡା ଝୁଲୁଛି ।

ଆମେରିକା ଗୋଟିଏ ଦିନ ପୂର୍ବରୁ ହୋର୍ମୁଜ୍ ପ୍ରଣାଳୀରେ ତିନୋଟି ଜାହାଜ ଉପରେ ଆକ୍ରମଣକୁ ଗ୍ରହଣୀୟ ନୁହେଁ ବୋଲି କହି ଇରାନକୁ ଭୟଙ୍କର ପରିଣାମ ବିଷୟରେ ଚେତାବନୀ ଦେଇଥିଲା । ଆକ୍ରମଣର ପ୍ରତିଶୋଧ ନେଇ ଇରାନ ଉପରେ ଆଉ ଥରେ ହମଲା କରିଛି । ହୋର୍ମୁଜରେ ହୋଇଥିବା ଏହି ଆକ୍ରମଣ ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁକୁ ପୁଣି ଥରେ ଜଳାଇଛି । ଆମେରିକୀୟ ସେନା କେଶେମ୍ ଦ୍ୱୀପ, ବନ୍ଦର ଆବ୍ବାସ ସହ ସିରିକ୍ ଉପରେ ଆକ୍ରମଣ କରିଛି । ଇରାନୀ ଗଣମାଧ୍ୟମ ଅନୁସାରେ, ଦକ୍ଷିଣ ଇରାନର କେଶେମ୍ ଦ୍ୱୀପ ଏବଂ ବନ୍ଦର ଆବ୍ବାସରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା । ଇରାନୀ ସରକାରୀ ଗଣମାଧ୍ୟମ ମଧ୍ୟ ସିରିକରେ ୭ଟି ବିସ୍ଫୋରଣ ହୋଇଥିବା ରିପୋର୍ଟ କରିଛି । ଦକ୍ଷିଣ ବନ୍ଦର ସହର ସିରିକରେ ଅନେକ ବ୍ଲାଷ୍ଟ ହୋଇଛି । ସିରିକର ତାହେରୁଇ ପିଅର ଅଞ୍ଚଳରେ ୬ଟି ପ୍ରୋଜେକ୍ଟାଇଲ୍ ପଡିଥିବା ରିପୋର୍ଟ ହୋଇଛି । ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଆକ୍ରମଣକୁ ନିଶ୍ଚିତ କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୋଷ୍ଟରେ CENTCOM କହିଛି ଯେ ଇରାନ ବିରୁଦ୍ଧରେ ସାମରିକ ଆକ୍ରମଣ ଆରମ୍ଭ କରାଯାଇଛି। CENTCOM ଏହି ଆକ୍ରମଣଗୁଡ଼ିକୁ ହୋର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ଜବାବ ବୋଲି କହିଛି । ପ୍ରତିରକ୍ଷା ପ୍ରଣାଳୀ, କମାଣ୍ଡ-କଣ୍ଟ୍ରୋଲ, ରାଡାର-କ୍ଷେପଣାସ୍ତ୍ର ସ୍ଥଳ । ଇରାନର ୮୦ଟି ଲକ୍ଷ୍ୟସ୍ଥଳ ଉପରେ ଆମେରିକାର ବୋମା ମାଡ଼ କରିଛି । ଇରାନ ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ଅନ୍ତିମ ସଂସ୍କାର ପାଳନ କରୁଥିବା ସମୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ...Syria explosions : ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ସିରିଆ ଗସ୍ତ ବେଳେ ଦାମସକସ୍ରେ ୨ ଥର ବିସ୍ଫୋରଣ  

ହୋର୍ମୁଜରେ ୩ ଜାହାଜକୁ ଆକ୍ରମଣ- ବିଶ୍ୱର ପ୍ରମୁଖ ଜଳମାର୍ଗ ହୋର୍ମୁଜରେ ୨୪ ଘଣ୍ଟା ଭିତରେ ୩ଟି ବାଣିଜ୍ୟିକ ଜାହାଜ ଉପରେ ମିସାଇଲ୍ ମାଡ଼ ହୋଇଛି । ଇରାନ ସେନା ଆଇଆରଜିସି ଏହି ଆକ୍ରମଣ କରିଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ଜାହାଜ ୩ଟି କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ୩ ସପ୍ତାହ ତଳେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ବୁଝାମଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାନ୍ତି ବୁଝାମଣା ଅନୁସାରେ ଇରାନ କୌଣସି ଜାହାଜ ଉପରେ ଆକ୍ରମଣ କରିବ ନାହିଁ ବୋଲି ପ୍ରତିଶ୍ପୁତି ଦେଇଥିଲା । ଇରାନ କହିଛି ଯେ, ଏହା ତାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ । ସୂଚନାଯୋଗ୍ୟ ଯେ, ହୋର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକାର ଅର୍ଥ ବିଭାଗ ଇରାନୀ ତୈଳ ଉତ୍ପାଦନ ଏବଂ ବିକ୍ରୟ ପାଇଁ ଜାରି କରାଯାଇଥିବା ସାଧାରଣ ଲାଇସେନ୍ସକୁ ରଦ୍ଦ କରିଥିଲା ।