କୋଲକାତା,୦୮/୦୭; ପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବରୁଇପୁରରେ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି । କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ ପ୍ରଭାସ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୁଲିସ୍ ପ୍ରଭାସକୁ ଏନକାଉଣ୍ଟର କରଛି । ପ୍ରଭାସର ମା' ମୃତଦେହ ନେବାକୁ ମନା କରିବା ସହି କର୍ମ ଫଳ ମିଳିଛି ବୋଲି କହିଛନ୍ତି । 

ପୁଲିସ ସୂଚନା ଅନୁଯାୟୀ, ଗତକାଲି ସିନ୍ ରିକ୍ରିଏସନ୍ ପାଇଁ ନେଉଥିବା ବେଳେ ପ୍ରଭାସ ମଣ୍ଡଳ ଜଣେ ପୁଲିସ କର୍ମଚାରୀଙ୍କ ରାଇଫଲ୍ ଛଡ଼ାଇ ନେଇ ଗୁଳି କରିବା ସହ ଖସିଯିବାକୁ ଚେଷ୍ଟା କରିଥିଲା । ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ପୁଲିସ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯାହା ଫଳରେ ପ୍ରଭାସ ମଣ୍ଡଳ ଦେହରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଜୁଲାଇ ୪ ତାରିଖରେ ବରୁଇପୁରରେ ଜଣେ ୧୧ ବର୍ଷୀୟା ଝିଅ ନିଖୋଜ ହୋଇଯାଇଥିଲା । ପରେ ତାଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମର ପ୍ରମାଣ ମିଳିଥିଲା । ପୁଲିସ ପ୍ରଭାସ ମଣ୍ଡଳ ସମେତ ଦୁଇଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ସର୍ଦ୍ଦାର। ଜୁଲାଇ ୫ ତାରିଖରେ, ଏକ ପୋଖରୀରୁ ଝିଅଟିର ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି, ଯେଉଁଥିରେ ୪ ଜଣ ବ୍ୟକ୍ତି ଝିଅଟିକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...US Iran War: ୮ ସେକେଣ୍ଡରେ ବ୍ୟାକ୍ ଟୁ ବ୍ୟାକ୍ ୫ ବିସ୍ଫୋରଣ...ଡୋନାଲ୍ଡ ଟ୍ରମ୍ପ ଦେଖାଇଲେ ଇରାନ ଧ୍ୱଂସଲୀଳାର ଚିତ୍ର, ସେୟାର କଲେ ଭିଡିଓ  

ପ୍ରଭାସଙ୍କ ଏନକାଉଣ୍ଟର ପରେ ତାଙ୍କ ମା' ମୃତଦେହ ନେବାକୁ ମନା କରିଛନ୍ତି । ସେ କହିଛନ୍ତି, '' ନେଇଯାଆ ତାକୁ, ପୋତି ଦିଅ ନଚେତ୍ ଫିଙ୍ଗିଦିଅ ଯାହା କରୁଛ କର । ସେ କରିଥିବା କର୍ମଫଳ ତାକୁ ମିଳିଛି । ସେ ଯାହା କରିଛି ତାର ପରିଣାମ ଏହା । ସେ ଯାହା କରିଥିଲା ତାର ପରିଣାମ ମୃତ୍ୟୁ ହିଁ ଥିଲା ଆଉ ତାହା ହିଁ ହୋଇଛି । ମୁଁ ତା ବିଷୟରେ ଆଉ ଅଧିକ କିଛି କହିବାକୁ ଚାହୁଁନି କି କହି ପାରିବି ନାହିଁ । ସେ କେବେ ବି ଆମ କଥା ଶୁଣୁନଥିଲା । ସେ ସବୁବେଳେ ନିଶା ସେବନ କରୁଥିଲା । ତା ବିଷୟରେ କହିବାକୁ ମୋ ପାଖରେ କିଛି ବି ନାହିଁ । ''