ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଆମକୁ କ୍ଲିୟର ଗାଇଡଲାଇନ୍ସ ଦେଇଛନ୍ତି। ଯଦି ଇରାନର ଲୋକ ପୂର୍ଣ୍ଣ ଭରସାର ସହ ଆଲୋଚନା କରନ୍ତି, ତ ଏହାକୁ ଭଲ ଭାବେ ସଫଳ କରାଯିବ। ଏହାସହ ଏହି ଚେତାବନୀ ମଧ୍ୟ ଦେଇଛନ୍ତି ଯେ, ଯଦି ସେହି ଲୋକ ଆମ ସହ ଖେଳ ଖେଳିବାକୁ ଚେଷ୍ଟା କରନ୍ତି ତ ପୁଣି ପରିଣାମ ବି ସେମିତି ହିଁ ହେବ। ଏହି କଥା ଆଜି( ଶୁକ୍ରବାର) ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି। ସେ ଇରାନ ଓ ଆମେରିକା ମଧ୍ୟରେ ହେବାକୁ ଥିବା ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ପାଇଁ ପାକିସ୍ତାନକୁ ପ୍ରସ୍ଥାନ କରୁଥିଲେ। ଏହି ସମୟରେ ଡେଜି ଭେନ୍ସ ଇରାନ ସହ କଥାବାର୍ତ୍ତା ସକାରାତ୍ମକ ରହିବାର ଆଶା କରିଛନ୍ତି। ଆମେରିକୀୟ ଉପରାଷ୍ଟ୍ରପତି କହିଛନ୍ତି , ରାଷ୍ଟ୍ରପତି ଟ୍ରମ୍ପ କଥାବାର୍ତ୍ତା କରିବାକୁ ଯାଉଥିବା ଟିମ୍ ପାଇଁ ସୀମା ତିଆରି କରି ଦେଇଛନ୍ତି। ଏହାସହ ଡିଲ୍ ହେବାକୁ ମଧ୍ୟ ଆଶା କରିଛନ୍ତି।
ପାକିସ୍ତାନ ଗସ୍ତ ପାଇଁ ଏୟାର ଫୋର୍ସ-୨ରେ ବସିବା ବେଳେ ଭେନ୍ସ କହିଥିଲେ , ଆମେରିକୀୟ ରାଷ୍ଟ୍ରପତି କହି ସାରିଛନ୍ତି ଯେ, ଯଦି ଇରାନୀ ଭଲ ନୀତି ସହ କଥାବାର୍ତ୍ତା ପାଇଁ ଇଚ୍ଛୁକ ତ ଆମକୁ ମଧ୍ୟ ଖୋଲା ହାତରେ ଏହାର ସ୍ୱାଗତ କରୁଛୁ। ସେ ଆହୁରି କହିଛନ୍ତି , କିନ୍ତୁ ଯଦି ଏହି ଲୋକ ଆମେରିକା ସହ ଖେଳ ଖେଳିବାକୁ ଚେଷ୍ଟା କରିବେ ତ ପୁଣି ଆମର ଜବାବ ମଧ୍ୟ ଏହିପରି ହେବ। ଭେନ୍ସ , ଦୀର୍ଘ ଦିନରୁ ବିଦେଶୀ ସୈନ୍ୟ ହସ୍ତକ୍ଷେପ ପ୍ରତି ସନ୍ଦେହପୂର୍ଣ୍ଣ ରହିଛନ୍ତି। ସେ ସର୍ବଦା ଖୋଲା ବିବାଦରେ ସେନା ପଠାଇବାର ସମ୍ଭାବନା ବିଷୟରେ ସ୍ୱର ଉଠାଇ ଆସିଛନ୍ତି। ଶୁକ୍ରବାର, ଭାନ୍ସ ଇରାନ ସହିତ ମଧ୍ୟସ୍ଥତା ଆଲୋଚନାର ନେତୃତ୍ୱ ନେବା ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦ ଅଭିମୁଖେ ଯାତ୍ରା କରିଥିଲେ।
ଭେନ୍ସଙ୍କ ଗସ୍ତ ଏପରି ଏକ ସମୟରେ ହେଉଛି,ଯେବେ ଏକ ଅସ୍ଥାୟୀ ଯୁଦ୍ଧବିରତି ଭାଙ୍ଗିବାକୁ ବସିଛି। ଇରାନର ଏବଂ ଆମେରିକା ଓ ଏହାର ସହଯୋଗୀ ଇସ୍ରାଏଲର ଦାବି ମଧ୍ୟରେ ଥିବା ବ୍ୟବଧାନ ସହଜରେ ସମାଧାନ ହେବାର ଦେଖାଯାଇ ନାହିଁ। ଆମେରିକାରେ ମଧ୍ୟ ଖୁବ୍ ଅଧିକ ଚାପ ବଢ଼ୁଛି , ବିଶେଷକରି ଭାନ୍ସଙ୍କ ଉପରେ ମଧ୍ୟ ଚାପ ଅଛି, ଯିଏ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇ ପାରନ୍ତି। ଆମେରିକା ଉପରେ ଏହି ସଂଘର୍ଷ ସମାପ୍ତ କରିବା ପାଇଁ ରାଜନୈତିକ ଏବଂ ଆର୍ଥିକ ଚାପ ବଢୁଛି ।