ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଭେନେଜୁଏଲାରୁ ତୈଳ ନକିଣିବାକୁ ଭାରତ ସହ ଅନ୍ୟ ଦେଶକୁ ଆମେରିକାର ଚେତାବନୀ

ଓ୍ବାଶିଂଟନ୍ ୧୪|୨: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରେଙ୍କୁ କ୍ଷମତାରୁ ହଟାଇବାରେ ବିଫଳ ହୋଇଥିବା ଆମେରିକା ଏବେ ଏହି ଲାଟିନ୍ ଆମେରିକୀୟ ଦେଶକୁ ଆର୍ଥିକ ରୂପରେ ନଷ୍ଟ କରିବାରେ ଲାଗିଛି। ଏବେ ଆମେରିକା ଭାରତ ସହ ଅନ୍ୟ ଦେଶଙ୍କୁ ଭେନେଜୁଏଲାରୁ ତୈଳ ନ କିଣିବାକୁ ଚେତାବନୀ ଦେଇଛି।

{"id":3579,"width":744,"height":573}

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟ କହିଛନ୍ତି ଯେଉଁ ଦେଶ ଓ କମ୍ପାନୀ ଭେନେଜୁଏଲା ରୁ ତୈଳ କିଣିବ ତାକୁ ଏହାର ଦଣ୍ଡ ଭୋଗିବାକୁ ହେବ। ତାଙ୍କୁ କ୍ଷମା କରାଯିବନି। ଉଲେଖନୀୟ ଯେ, ଭାରତ ମଧ୍ୟ ଭେନେଜୁଏଲା ଠାରୁ ତୈଳ କିଣୁଛି।

{"id":3580,"width":739,"height":544}

ବୋଲ୍ଟନଙ୍କ ଏହି ଚେତାବନୀ ମଙ୍ଗଳବାର ଭାରତର ନଏଡାରେ ଭେନେଜୁଏଲାର ତୈଳମନ୍ତ୍ରୀଙ୍କ ବୟାନ ପରେ ଆସିଛି । ଗ୍ରେଟର ନଏଡାରେ ହୋଇଥିବା ପେଟ୍ରୋଟେକ୍ କନଫ୍ରେନ୍ସର ସାମ୍ବାଦିକ ସମ୍ମିଳନୀରେ ଭେନେଜୁଏଲା ତୈଳମନ୍ତ୍ରୀ କହିଥିଲେ କଟକଣା ଲାଗିଥିବା ତାଙ୍କ ଦେଶ ଭାରତକୁ ଅଧିକ ମାତ୍ରାରେ କଞ୍ଚା ତୈଳ ବିକ୍ରି କରିବାକୁ ଚାହେଁ। ଭେନେଜୁଏଲାର ତୈଳମନ୍ତ୍ରୀ ମାନୁଏଲ କ୍ୟୁଡୋ ସେଠାକାର ସରକାରୀ ତୈଳ କମ୍ପାନୀ ପିଡିଭିଏସ୍ଏର ମୁଖ୍ୟ ଅଟନ୍ତି। ଆମେରିକା ଏହି ସରକାରୀ କମ୍ପାନୀ ଉପରେ ବହୁ କଟକଣା ଲଗାଇ ରଖିଛି। ଏହି କଟକଣା ଫଳରେ ଭେନେଜୁଏଲାର ଆର୍ଥିକ ସ୍ଥିତି ଖୁବ୍ ଖରାପ ହୋଇପଡିଛି। ବିଶ୍ବର ସବୁଠାରୁ ବଡ ତୈଳ ଭଣ୍ଡାର ଦେଶ ମଧ୍ୟରେ ଭେନେଜୁଏଲା ସାମିଲ ଅଛି। ସେଠାର ଅର୍ଥବ୍ୟବସ୍ଥା ତୈଳ ଉପରେ ନିର୍ଭରଶୀଳ। ଆମେରିକା  ସେଠାରେ ଥିବା ଦୀର୍ଘ ଦିନର ସାମ୍ୟବାଦୀ ସରକାରକୁ ହଟାଇବାକୁ ଚାହୁଁଛି। ଉଲ୍ଳେଖନୀୟ ଯେ, ଭାରତ ବିଶ୍ବର ସବୁଠାରୁ ବଡ ତୈଳ ଉପଭୋକ୍ତା ଦେଶ। ଭେନେଜୁଏଲା ନିଜର ତୈଳ ଅଧିକ ମାତ୍ରାରେ ଭାରତ ଓ ଚୀନ୍‌କୁ ବିକ୍ରି କରିଥାଏ।

Copyright © 2022 - Summa Real Media Private Limited. All Rights Reserved.