ନୂଆଦିଲ୍ଲୀ –ଦିବଙ୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ସମାଜ ଓ ସିନେମାରେ ତାଙ୍କର ଯୋଗଦାନ ପାଇଁ କାଲିଫର୍ଣ୍ଣିଆ ଷ୍ଟେଟ୍ ଆସେମ୍ୱଲିରୁ ସ୍ୱତନ୍ତ୍ର ସମ୍ମାନ ମିଳିଛି।
ସୁଶାନ୍ତଙ୍କ ୟୁଏସ୍ରେ ଥିବା ତାଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ଶନିବାର ଇନଷ୍ଟାଗ୍ରାମ୍ରେ ଏକ ଫଟୋ ସହ ଏହି ଖବର ପୋଷ୍ଟ କରିଛନ୍ତି । ଫଟୋରେ ଶ୍ୱେତା ଅଭିନେତାଙ୍କ କାଲିଫର୍ଣ୍ଣିଆ ଷ୍ଟେଟ୍ ଆସେମ୍ୱଲି ଦ୍ୱାରା ଦିଆଯାଇଥିବା ପ୍ରମାଣ ପତ୍ର ଦେଖାଇଛନ୍ତି । ସୁଶାନ୍ତ ସିଂହ ରାଜପୁତ ଅଙ୍କିତାଙ୍କ ପାଇଁ କିଣିଥିଲେ ୪,୫କୋଟିର ଫ୍ଲାଟ୍ – ନିଜେ ଦେଉଥିଲେ EMI
ଶ୍ୱେତା ଲେଖିଛନ୍ତି , ଭାରତୀୟ ସ୍ୱତନ୍ତ୍ରତା ଦିବସ ଅବସରରେ କାଲିଫର୍ଣ୍ଣିଆ ମୋ ଭାଇ ( ସୁଶାନ୍ତ)କୁ ସମାଜରେ ଦିଆଯାଇଥିବା ଯୋଗଦାନକୁ ପରିଚିତ ଓ ସମ୍ମାନ ଦେଇଛି । କାଲିଫର୍ଣ୍ଣିଆ ଆମ ସାଥିରେ ଅଛି ଏବଂ ଆପଣ ? କାଲିଫର୍ଣ୍ଣିଆ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ ।
wp:html/wp:html
ପ୍ରମାଣ ପତ୍ରରେ କୁହାଯାଇଛି କି କାଲିଫର୍ଣ୍ଣିଆ ଷ୍ଟେଟ୍ ଆସେମ୍ୱଲି ସୁଶାନ୍ତଙ୍କୁ ତାଙ୍କର ବଲିଉଡ୍ ସିନେମାରେ ତାଙ୍କର ଯୋଗଦାନ ଓ ସମାଜ ପାଇଁ ପରୋପକାରୀ କାମ ସହ ଭାରତର ସମୃଦ୍ଧ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଙ୍କର ପ୍ରୟାସ ପାଇଁ ବିଶେଷ ପ୍ରଶଂସା କରିଛନ୍ତି। ସୁଶାନ୍ତଙ୍କ ମାମଲାରେ ତୀବ୍ର ହେଲା ସିବିଆଇ ତଦନ୍ତ ଦାବି , ବଲିଉଡ୍ ଷ୍ଟାରମାନେ ଅଭିନେତାଙ୍କୁ ନ୍ୟାୟ ପାଇଁ ଆଗେଇ ଆସିଲେ
ଉଲ୍ଲେଖନୀୟ ଯେ , ସୁଶାନ୍ତ ଜୁନ୍ ୧୪ରେ ନିଜର ରୁମ୍ରେ ମୃତ ଭାବେ ମିଳିଥିଲେ । ତାଙ୍କର ପରିବାର ତାଙ୍କର ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କର ପରିବାର ଉପରେ ଆତ୍ମହତ୍ୟା ପାଇଁ ଉସୁକାଇବା ସହ ଆହୁରି ଅନେକ ଦୋଷାରୋପ ଲଗେଇଛନ୍ତି ଏବଂ ତାଙ୍କ ନାଁ ଏଫ୍ଆଇଆର୍ ଦେଇଛନ୍ତି । ଦିବଙ୍ଗତ ଅଭିନେତାଙ୍କ ପରିବାର , ପ୍ରଶଂସକ ଓ ବନ୍ଧୁମାନେ ତାଙ୍କର ମୃତ୍ୟୁର ସିବିଆଇ ଯାଞ୍ଚ ପାଇ ଦାବି କରିଛନ୍ତି ।