PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
  • ||
  • ଚୌଦ୍ୱାର : ୧୬୨ ପେଟି କଫସିରଫ ଜବତ, ୨ ଗିରଫ
  • ||
  • ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଖସିଗଲା ମାଓ ନେତା ଅନମୋଲ
  • ||
  • ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି
  • ||
  • ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା
  • ||

ମହିଳାଙ୍କୁ ଫିଟ୍ ରଖିବ ଓଷ୍ଟ୍ରାସନ

ଯୋଗାସନ କରିବା ଦ୍ୱାରା ମଣିଷ ସୁସ୍ଥ ରହିପାରିବ । ବିଶେଷକରି ମହିଳାମାନେ ଯେତେ ବ୍ୟସ୍ତ ଥିଲେ ବି ପ୍ରତିଦିନ ଯୋଗାସନ କରିବା ଦରକାର । ଏହାଦ୍ୱାରା ମହିଳାମାନେ ଫିଟ୍ ରହିବା ସହ ରୋଗମୁକ୍ତ ରହିପାରିବେ । ତେବେ ଆସନ୍ତୁ ଜାଣିବା ଓଷ୍ଟ୍ରାସନର ପଦ୍ଧତି, ସମୟ ଏବଂ ଏହାକୁ କରିବା ଦ୍ୱାରା କଣ ସୁଫଳ ମିଳୁଛି ।

ପଦ୍ଧତି: ପ୍ରଥମେ ଆଣ୍ଠୁ ମୋଡି ବସନ୍ତୁ । ତାପରେ ପଛକୁ ଦୁଇ ହାତ ଦେଇ ଆଣ୍ଠୁର ତଳକୁ ବା ଗୋଇଠିକୁ ଧରନ୍ତୁ । ଏଥର ଧିରେ ଧିରେ ମଥା ପଛ ପଟକୁ ନୁଆଇଁ ପେଟ ଓ ଛାତି ଯଥାସମ୍ଭବ ସଳକ ରଖି ଶରୀରଟିକୁ ଧନୁ ପରି କରନ୍ତୁ । ଆଣ୍ଠୁ ଠାରୁ କଣ୍ଠ ପର୍ଯ୍ୟନ୍ତ ଅଂଶ ଯେପରି ବେଶ ଟାଣିଟୁଣି ରୁହେ । ଏହି ଆସନ ଶେଷରେ ପୁନରାୟ ପୂର୍ବାବସ୍ଥାକୁ ଫେରି ଆସନ୍ତୁ । ପୁଣି ଆସନଟିକୁ ଅଭ୍ୟାସ କରନ୍ତୁ ।

ସମୟ: ଏହି ଆସନ ପ୍ରତ୍ୟେହ ୪ଥର ଏବଂ ସବୁଦିନେ ୩୦ ସେକେଣ୍ଡ କରି ଅଭ୍ୟାସ କରନ୍ତୁ । ମଧ୍ୟବର୍ତୀ ପର୍ଯ୍ୟାୟରେ ପ୍ରତିଥର ୧୦ରୁ ୨୫ ସେକେଣ୍ଡ ଓଷ୍ଟ୍ରାସନ କରିବା ଠିକ୍ ହେବ ।

ଫଳ: ଏହି ଆସନଟି ନିୟମିତ ଅଭ୍ୟାସ କଲେ ମେରୁଦଣ୍ଡ ସଂଲଗ୍ନ ସ୍ନାୟୁ ତନୁ ଏବଂ ପେଶୀ ସବଳ ହୁଏ । ମେରୁଦଣ୍ଡ ନମନୀୟ ହେବା ଫଳରେ ଶରୀର ସହଜରେ ବାର୍ଦ୍ଧକ୍ୟ ବା ଜରାଗ୍ରସ ହୁଏ ନାହି । ଦୈହିକ ଉଚ୍ଚତା ବୃଦ୍ଧିପାଏ । ଛାତି ପଞ୍ଜରା ବୃଦ୍ଧିପ୍ରାପ୍ତ ହୁଏ । ଯେଉଁମାନଙ୍କ ବକ୍ଷଦେଶର ଗଠନ ଅସୁନ୍ଦର ଏହି ଆସନଟି ନିୟମିତ ଅଭ୍ୟାସ ଦ୍ୱାରା ବକ୍ଷର ଗଠନ ସ୍ୱାଭାବିକ ହୋଇଥାଏ । ଏହାବ୍ୟତୀତ ଏହି ଆସନଟି ନିୟମିତ ଅଭ୍ୟାସ କଲେ କୋଷ୍ଠକାଠିନ୍ୟ ଦୂର ହୁଏ ।