ନୂଆଦିଲ୍ଲୀ,୧୬/୦୭; ଭାରତ ପୁଣିଥରେ ବିଶ୍ୱକପରେ ପାକିସ୍ତାନକୁ ପାନେ ଦେଇଛି । ଆଇସିସି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଭାରତ । ୬୧ରନ୍ରେ ପାକିସ୍ତାନକୁ ହରାଇଛି ସୂର୍ଯ୍ୟସେନା । ଏହି ବିଜୟ ସହ ଭାରତ ବିଶ୍ୱକପ ସୁପର-୮ରେ ପ୍ରବେଶ କରିଛି । ୧୭୬ରନର ଟାର୍ଗେଟ ପିଛା କରି ପାକିସ୍ତାନ ୧୧୪ରନରେ ଆଲଆଉଟ ହୋଇଥିଲା । ଏହି ବିଜୟ କେବଳ ସ୍କୋରଲାଇନ ଭାବେ ନୁହେଁ ମାନସିକ ଯୁଦ୍ଧ ପାଇଁ ବି ଗୁରୁତ୍ୱପୂର୍ଣ୍ଣ । ମ୍ୟାଚ ପୂର୍ବରୁ ପାକିସ୍ତାନ ପକ୍ଷରୁ ବୟକଟ ବିବାଦ ଏବଂ ବୋଲର ଉସମନ ତାରିକଙ୍କୁ ନେଇ ଜବରଦସ୍ତ ଦମ ଦେଖାଉଥିଲା । ଯେଉଁ ଉସମାନ ତାରିକଙ୍କୁ ନେଇ ଡେଉଁଥିଲା ପାକିସ୍ତାନ । ହେଲେ କଲମ୍ବୋ ମ୍ୟାଚ ପୂର୍ବରେ ସୂର୍ଯ୍ୟଙ୍କ ମାଷ୍ଟରଷ୍ଟୋକ ସବୁ ଫ୍ୟୁଜ୍ କରିଦେଲା ।
ପାକିସ୍ତାନ ଅଧିନାୟକ ସଲମାନ ଆଘା ଉସମାନ ତାରିକଙ୍କୁ ଦଳର 'ଟ୍ରମ୍ପ କାର୍ଡ' ବୋଲି କହୁଥିଲେ । ହେହେ କଲମ୍ବୋର ପ୍ରେମାଦାସ ମୈଦାନରେ ଭାରତୀୟ ଦଳ କ୍ୟାପ୍ଟେନ୍ ସୂର୍ଯ୍ୟ ସୂର୍ଯ୍ୟକୁମାର ଯାଦବ ଏମିତି ମାଷ୍ଟରଷ୍ଟୋକ ମାରିଲେ ଯେ ଉସମାନଙ୍କ ମିଷ୍ଟ୍ରି ଫୁସୁରିଗଲା । ପାକିସ୍ତାନ ସ୍ପିନରୁ ବୋଲିଂ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ଅଭିଷେକ ଶର୍ମାଙ୍କୁ ଆଉଟ୍ କରି ଫାଇଦା ଉଠାଇଥିଲା । ଲାଗୁଥିଲା ଉସମାନ ତାରିକ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବେ । କିନ୍ତୁ ଇଶାନ କିଶନଙ୍କ ଆକ୍ରମଣାତ୍ମକ ଭାବରେ ରନ୍ ସଂଗ୍ରହ ପାକିସ୍ତାନ ଉପରେ ଚାପ ପକାଇଥିଲା । ଇଶାନଙ୍କ ଆଉଟ ହେବା ପରେ କ୍ରିଜକୁ ସୂର୍ଯ୍ୟକୁମାର ଆସିଥିଲେ କିନ୍ତୁ ତରବର ହୋଇନଥିଲେ । ପିଚକୁ ଭଲ ଭାବେ ପରଖି ଥିଲେ ସୂର୍ଯ୍ୟ । ତିଲକ ବର୍ମାଙ୍କ ସହ ମିଶି ସିଙ୍ଗଲ-ଡବଲ ନେଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଉସମାନଙ୍କୁ ମଧ୍ୟ ସମ୍ଭାଳି କରି ଖେଳିଥିଲେ । ତାଙ୍କୁ ସୁଯୋଗ ଦେଇନଥିଲେ । ଏହି ମାଷ୍ଟରଷ୍ଟୋକ୍ ମ୍ୟାଚର ଟର୍ଣ୍ଣିଙ୍ଗ ପଏଣ୍ଟ ହୋଇଥିଲା । ଯେଉଁ ଉସମାନଙ୍କୁ ନେଇ ପାକିସ୍ତାନ ଚର୍ଚ୍ଚାରେ ଥିଲା ସେ ଭାରତ ବିପକ୍ଷରେ ୪ ଓଭରରେ ୨୪ ରନ ଦେଇ ମାତ୍ର ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ଉସମାନଙ୍କ ମିଷ୍ଟ୍ରି ପ୍ଲପ ହୋଇଥିଲା ।
ଏହା ବି ପଢନ୍ତୁ...ପୁଅଙ୍କ ପରି ଝିଅ ବି ପାକିସ୍ତାନକୁ ପାଣି ପିଆଇଲେ, ଏସିଆ କପ୍ ରାଇଜିଂ ଷ୍ଟାର୍ ଟି-ଟ୍ୱେଣ୍ଟିରେ ମାଟି କାମୁଡିଲା ପାକିସ୍ତାନ ଏ’
ଭାରତର ରେକର୍ଡ- ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାନ୍ୱୟରେ ୧୬ଟି ମ୍ୟାଚରେ ବିଜୟୀ ହୋଇ ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଥିଲା । ଅଷ୍ଟ୍ରେଲିଆ କ୍ରମାନ୍ୱୟରେ ୧୫ଟି ମ୍ୟାଚର ବିଜୟ ରେକର୍ଡ ରହିଥିଲା । ଭାରତ ପାକିସ୍ତାନକୁ ହରାଇ ପୂର୍ବ ରେକର୍ଡ ଭଙ୍ଗ କରିଛି । ସେମିତି ପାକିସ୍ତାନ ବିପକ୍ଷରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପରେ ୯ଟି ମ୍ୟାଚ ଖେଳି ୮ଟିରେ ବିଜୟୀ ହେବାରେ ସଫଳ ହୋଇଛି । ଇଶାନ କିଷନ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍ କିପର ଯିଏକି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ ବିଜେତା ହୋଇଛନ୍ତି । ଦିନିକିଆ ବିଶ୍ୱକପ୍ରେ ଭାରତ ୮-୦ରେ ଅଗ୍ରଣୀ ରହିଛି । ପାକିସ୍ତାନ ବିପକ୍ଷ ଶେଷ ୬ଟି ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ ହୋଇଛି ।