ନୂଆଦିଲ୍ଲୀ,୧୬/୦୭; କଲମ୍ବୋରେ ଟି-ଟ୍ୱେଣ୍ଟି ବିଶ୍ୱକପ ମୁକାବିଲା । ଥାଇଲାଣ୍ଡରେ ଏସିଆ କପ ରାଇଜିଂ ଷ୍ଟାର ଟି-ଟ୍ୱେଣ୍ଟି ଟକ୍କର । ଦଳ ସମାନ । ମୈଦାନରେ ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ସିନିୟର ପୁରୁଷ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନର ଅଣ୍ଟା ଭାଙ୍ଗିଛନ୍ତି । ପୁଅଙ୍କ ପରି ଆମ ଝିଅ ବି କମ୍ ନୁହଁନ୍ତି । ଏସିଆ କପ ରାଇଜିଂ ଷ୍ଟାର ଟି-ଟ୍ୱେଣ୍ଟି ଲଢେଇରେ ପାକିସ୍ତାନକୁ ପାନେ ଦେଇଛନ୍ତି । ଭାରତ ଏ ଠୁ ମାଟି ମାଟି କାମୁଡିଛି ପାକିସ୍ତ ଏ ଟିମ୍ ।

ଥାଇଲାଣ୍ଡରେ ଚାଲିଥିବା ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ ଟି-ଟ୍ୱେଣ୍ଟିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏ’କୁ ୮ ୱିକେଟରେ ହରାଇ ଭାରତ ଏ’ ପଏଣ୍ଟ ଖାତା ଖୋଲିଛି । ଓପନର ଦୀନେଶ ବ୍ରିନ୍ଦା ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଦଳକୁ ବିଜୟୀ କରାଇଥିଲେ । ଟସ୍ ଜିତି ପାକିସ୍ତାନ ଏ’ ବ୍ୟାଟିଂ କରି ୧୮.୫ ଓଭରରେ ୯୩ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସୱାଲ ଜୁଲଫିକର ୨୩, ଗୁଲ ରୁଖ ୨୧, ଅନୋଶା ନାସିର ୧୭ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ଅଙ୍କ ଛୁଇଁ ପାରିନଥିଲେ । ଭାରତ ଏ’ ପକ୍ଷରୁ ସାଇମା ଠାକୁର, ରାଧା ଯାଦବ ଓ ପ୍ରେମା ରାୱତ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ଭାରତଠୁ ପ୍ରଚଣ୍ଡ ପ୍ରହାର ପରେ ଯନ୍ତ୍ରଣାରେ ଛଟପଟ କ୍ୟାପ୍ଟେନ୍ ସଲମାନ, ଜାଣନ୍ତୁ କାହାକୁ କଲେ ଦାୟୀ ?

୯୪ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ଏ’ ୧୦.୧ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଅନୁଷ୍କା ଶର୍ମା ୨୪ (୪ଚୌକା), ବ୍ରିନ୍ଦା ୨୯ବଲ୍ରେ ଅପରାଜିତ ୫୫ (୧୨ଚୌକା) ଓ ତେଜଲ ହସବନିସ୍ ଅପରାଜିତ ୧୨ରନ୍ କରିଥିଲେ । ଏପଟେ ଟି-ଟ୍ୱେଣ୍ଟି ବିଶ୍ୱକପରେ ସିନିୟର ପୁରୁଷ ଦଳ ପାକିସ୍ତାନକୁ ମାତ୍ ଦେଇଛନ୍ତି । ସେପଟେ ଏସିଆ କପ୍ ରାଇଜିଂ ଷ୍ଟାର୍ ଟି-ଟ୍ୱେଣ୍ଟି ବି ଭାରତ ଝିଅ ପାକିସ୍ତାନ ମହିଳା ଦଳକୁ ପାଣି ପିଆଇଛନ୍ତି ।