PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ପୂଜା ଗୃହ ପାଖରେ ଶୈାଚାଳୟ ଅଛି କି? ଭୁଲରେ ବି ରଖନ୍ତୁ ନାହିଁ, ନହେଲେ…

ଘର ହେଉ ଅବା କାର୍ଯ୍ୟାଳୟ ସବୁ ସ୍ଥାନରେ ପୂଜା ଗୃହର ଏକ ମହତ୍ତ୍ବପୂର୍ଣ୍ଣ ଏବଂ ପବିତ୍ର କୋଣ ରହିଛି। ଏହା ସହିତ ଧ୍ୟାନ ଦେବେ ପୂଜା ଗୃହକୁ କେଉଁ ସ୍ଥାନରେ ରଖିଲେ ଘରକୁ ଶାନ୍ତି ଆସିବ। ଘରର କୈାଣସି ସ୍ଥାନରେ ପୂଜା ଘରକୁ ରଖିଲେ ଚଳିବ ମାତ୍ର ବାସ୍ତୁ ଅନୁସାରେ ଯଦି ଠାକୁର ଘର ତିଆରି କରାଯାଏ ତେବେ ପୂଜା କରୁଥିବା ବ୍ୟକ୍ତିକୁ ଶାନ୍ତି ମିଳିବା ସହିତ ପୂଜାରେ ଆନ୍ତରିକତା ବଢ଼ିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଗୃହକୁ ଉତ୍ତର ପୂର୍ବ ଦିଗରେ ତିଆରି କରନ୍ତୁ। ଏହା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ପା​‌ଇଥାଏ। କୁହାଯାଏ କି ବାସ୍ତୁ ପୁରୁଷ ଯେତେବେଳେ ଧରିତ୍ରୀ ଉପରେ ପଡ଼ିଥିଲେ ତାଙ୍କର ମୁଣ୍ଡ ଉତ୍ତର ପୂର୍ବ ଦିଗରେ ରହିଥିଲା। ଏହି ଦିଗରେ ସୂର୍ଯ୍ୟଙ୍କ କିରଣ ମଧ୍ୟ ଘରର ବାତାବରଣକୁ ସୁଦ୍ଧ ରଖିଥାଏ। ବାସ୍ତୁ ଅନୁସାରେ ପୂଜା ଘୃହ ତିଆରି କରିବା ଦ୍ବାରା ଅନେକ ପ୍ରକାର ସୁଫଳ ମିଳିଥାଏ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ବାର ସାମ୍ନାରେ ପୂଜା ଘର ତିଆରି କରନ୍ତୁ ନାହିଁ। ଏଠାରେ କରିବା ଦ୍ବାରା ନକରାତ୍ମକ ଶକ୍ତି ଘରକୁ ଆସିଥାଏ।

ପୂଜା ଗୃହକୁ କେବେ ହେଳେ ଅନ୍ଧାର ରଖନ୍ତୁ ନାହିଁ। ଆପଣଙ୍କ ପୂଜା ଘର ବି ଆପଣଙ୍କ ନିଜ ଘର। ଅନ୍ଧାର ରହିବା ଦ୍ବାରା ଖରାପ ଶକ୍ତି ପ୍ରବେଶ କରିବା ସହିତ କୁ ପ୍ରଭାବ ଘର ଉପରେ ପଡ଼ିଥାଏ। ତେଣୁ ପୂଜା ଗୃହକୁ ଅନ୍ଧାର ନ ରଖି ଆଲୁଅ ଜଳାଇ ରଖନ୍ତୁ। ନହେଲେ ସବୁବେଳେ ଦୀପଟିଏ ଜାଳି ରଖନ୍ତୁ।

ଠାକୁରଙ୍କ ଫଟୋକୁ ଶୋଇବା ଘରେ ରଖନ୍ତୁ ନାହିଁ। କାରଣ ଶୋଇବା ଘ​‌ରେ ମୁଖ୍ୟତଃ ଆରାମ କରାଯାଇଥାଏ। ପୂଜା ଗୃହ ଆଖପାଖରେ ଶୈାଚାଳୟ ରଖନ୍ତୁ ନାହିଁ। ଏହା କଲେ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ।

ସମ୍ବନ୍ଧିତ ଖବର