ନୂଆଦିଲ୍ଲୀ : ବୈଭବ ସୂର୍ଯ୍ୟବଂଶୀ । ୧୪ ବର୍ଷର ବାଳକ ଯେଭଳି ପ୍ରଦର୍ଶନ କଲେ ସମସ୍ତଙ୍କ ନଜରକୁ ଆସିଗଲେ । ଆଇପିଏଲ ୨୦୨୫ରେ ଦମଦାର ପ୍ରଦର୍ଶନ କରି ଗଣମାଧ୍ୟମରେ ହେଡଲାଇନ ପାଲଟିଥିଲେ ବୈଭବ। ଚଳିତବର୍ଷ ସିଜିନ ଆରମ୍ଭ ହେବା ପୂର୍ବରୁ ଏହି ଯୁବ ଖେଳାଳିଙ୍କୁ ନେଇ ଅନେକ ଆଶା ଏବଂ ବିଶ୍ବାସ ରଖିଛନ୍ତି ରାଜସ୍ଥାନ ରୟାଲ୍ସ । ଗତ ସିଜିନରେ ବୈଭବଙ୍କ ସହ ଜଣେ ଅଲରାଉଣ୍ଡ ଆଇପିଏଲରେ ଡେବ୍ୟୁ କରିଥିଲେ । ମାତ୍ର ବୈଭବ ସେହି ଖେଳାଳିଙ୍କୁ ଏଭଳି ଧୂଲେଇ କଲେ ଯେ ଏକପ୍ରକାର ତାଙ୍କ ଆଇପିଏଲ କ୍ୟାରିୟର ଶେଷ କରିଦେଲେ ।
ଆମେ ଯେଉଁ ଖେଳାଳିଙ୍କ କଥା କହୁଛୁ ସେ ହେଉଛନ୍ତି ଆଫଗାନିସ୍ତାନର ବ୍ୟଟିଂ ଅଲରାଉଣ୍ଡର କରିମ ଜନତ । ସେ ମଧ୍ୟ ଗତ ସିଜିନରେ ଡେବ୍ୟୁ କରିଥିଲେ । ଆଇପିଏଲର ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିଲେ । ମାତ୍ର ଗୁଜୁରାଟ ବିପକ୍ଷରେ ବୈଭବଙ୍କ ବିସ୍ଫୋରକ ଶତକ ମାରିଥିବାବେଳେ ଜନତଙ୍କୁ ଧୂଲେଇ କରିଥିଲେ ବୈଭବ । ତାଙ୍କର ଗୋଟିଏ ଓଭରରେ ୩୦ ରନ ମାରିଥିବାବେଳେ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ବ୍ୟୟ କରିଥିବା ବୋଲର ମଧ୍ୟ ପାଲଟିଥିଲେ ।
ଜନତଙ୍କ ଓଭରରେ ବିସ୍ଫୋରଣ କରିଥିଲେ ବୈଭବ । ଏହି ମ୍ୟାଚରେ ତାଙ୍କୁ ଆଉ ବୋଲିଂ ମିଳିନଥିବାବେଳେ ବାକି ମ୍ୟାଚରେ ଖେଳିବାର ସୁଯୋଗ ମିଳିନଥିଲା । ଆଉ ଏବେ ସେ ଖେଳିବାର ସୁଯୋଗ ପାଉନାହାନ୍ତି ଆଇପିଏଲରେ । ସେ ଆଫଗାନିସ୍ତାନର ଜଣେ ବ୍ୟାଟିଂ ଅଲରାଉଣ୍ଡର। ସେ ଆଫଗାନିସ୍ତାନ ପାଇଁ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ୭୫ ଟି-୨୦ ଖେଳିଛନ୍ତି। ସେ ଆଇପିଏଲରେ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ସେ ପୂର୍ବତନ ଆଫଗାନିସ୍ତାନ ଅଧିନାୟକ ଅସଗର ଆଫଗାନଙ୍କ ଭାଇ।
ଏହାସହ ପଢ଼ନ୍ତୁ : ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଭାରତ-ଶ୍ରୀଲଙ୍କା ଟି-୨୦ ମୁକାବିଲା