ନୂଆଦିଲ୍ଲୀ, ୨୬/୨ : ଆଇପିଏଲ ପୂର୍ବରୁ ଚମକିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ବଡ଼ ବଡ଼ ସଟ୍ ମାରି ବୋଲରଙ୍କୁ କଲେ ଧରାଶାୟୀ । ମୁମ୍ବାଇରେ ଖେଳାଯାଉଥିବା ଡି.ଓ୍ବାଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ସେ ଡି.ଓ୍ବାଇ ପାଟିଲ ବ୍ଲୁ ଟିମରୁ ଖେଳୁଛନ୍ତି । ଯେଉଁଥିରେ ସେ ଦମଦାର ପ୍ରଦର୍ଶନ କରିବା ସହ ବିସ୍ଫୋରକ ଭାବେ ମାତ୍ର ୧୪ ବଲରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି ।
ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖେଳୁଥିବା ସୂର୍ଯ୍ୟବଂଶୀ ୧୯ ବଲର ସାମ୍ନା କରି ୬୩ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ପ୍ରଥମରୁ ସାଥୀ ଖେଳାଳି ୟଶ ଧୁଲ୍ ଆଉଟ୍ ହୋଇଥିଲେ ସୁଦ୍ଧା ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ସେ କେବଳ ଛକା ଚୌକାରେ ଡିଲ୍ କରିଥିଲେ । ଗୋଟିଏ ପଟେ ଏକାକି ପ୍ରତିପକ୍ଷ ବୋଲରଙ୍କୁ ଧୁଲେଇ କରିଥିଲେ । ଯେଉଁଥିରେ ୭ ଚୌକା ଏବଂ ୫ ଛକା ରହିଛି ।
ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଅର୍ଜୁନ୍ ତେନ୍ଦୁଲକର ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେ ୨୯ ବଲରୁ ୫୫ ରନର ପାଳି ଖେଳିଥିଲେ। ଯେଉଁଥିରେ ୭ ଚୌକା ଏବଂ ୨ ଛକା ରହିଛି । ୨୨୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ମାତ୍ର ୧୯.୧ ବଲରେ ଜିତି ନେଇଛି । ଆଇପିଏଲ ପରେ ୧୯ ବର୍ଷରୁ କମ ବିଶ୍ବକପରେ କମାଲ କରିବା ପରେ ଏବେ ଘରୋଇ କ୍ରିକେଟରେ ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଚଳିତ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ମ୍ୟାଚ୍ ପୂର୍ବରୁ ବଢ଼ିଲାଣି ଭାରତର ଚିନ୍ତା