ନୂଆଦିଲ୍ଲୀ, ୨୬/୨ : ସେମିରେ କେମିତି ପହଞ୍ଚିବ ଭାରତ ? କିଏ ହାରିବ କିଏ ଜିତିବ ? ଅନ୍ୟ ଦଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ । ଏମିତି ଏକ ଚର୍ଚ୍ଚା ଏବେ ଲାଗି ରହିଛି । ତେବେ ୨୦୨୪ ଟି-୨୦ ବିଶ୍ବକପ ଜିତିବା ପରେ ଭାରତ ଲଗାତାର ଦମଦାର ପ୍ରଦର୍ଶନ କରିଆସିଛି । ଯାହାର ଜ୍ବଳନ୍ତ ଉଦାହରଣ ମଧ୍ୟ ଲିଗ୍ ପର୍ଯ୍ୟା୍ରରେ ଦେଖିବାକୁ ମିଳିଛି । ୧୧ଟି ଟି-୨୦ରେ ବଡ଼ ପାଳି ମଧ୍ୟରେ ଭାରତର ତିନୋଟି ରହିଛି । ଯେଉଁଥିରେ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ଭାରତର ଦକ୍ଷତା କେତେ ? ମାତ୍ର ଦକ୍ଷିଣଆଫ୍ରିକା ବିପକ୍ଷରେ ସୁପର-୮ରେ ଗୋଟିଏ ପରାଜୟ ସବୁ ଅଙ୍କ ବିଗାଡ଼ି ଦେଇଛି ।
ଦକ୍ଷିଣଆଫ୍ରିକାଠାରୁ ଟିମ୍ ଇଣ୍ଡିଆର ପରାଜୟ ଏବେ ସେମି ରାସ୍ତାରେ କଣ୍ଟା ସାଜିଛି । ଗୁରୁବାର ଭାରତ ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି । ଯାହାକି ଭାରତ ପାଇଁ କର ବା ମର ସ୍ଥିତିରେ ଛିଡ଼ା କରିଛି । ଏହି ମ୍ୟାଚ ପୂର୍ବରୁ କିନ୍ତୁ ଭାରତ ଓ୍ବେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣଆଫ୍ରିକା ମ୍ୟାଚ ଉପରେ ନଜର ରଖିଛି । ଏହି ମ୍ୟାଚର ଫଳାଫଳ ମଧ୍ୟ ଭାରତର ସେମି ରାସ୍ତା ପରିସ୍କାର କରିବ । ଓ୍ବେଷ୍ଟଇଣ୍ଡିଜ୍ ଯଦି ବଡ଼ ରନ୍ ବ୍ୟବଧାନରେ ଜିତେ ତାହେଲେ ଦକ୍ଷିଣଆଫ୍ରିକାର ନେଟ୍ ରନରେଟ୍ ଉପରେ ପ୍ରଭାବ ପକାଇବ । ଏହାସହ ଭାରତ ରାତି ମ୍ୟାଚରେ ବଡ଼ ରନ ବ୍ୟବଧାନରେ ଜିତିବାକୁ ପଡ଼ିବ ।
ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ୧୧୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଯାହାକୁ ନେଇ ବ୍ୟାଟିଂ କୋଚ ସିତାଂଶୁ କହିଛନ୍ତି କି ନର୍ଭସ ନହୋଇ ଆମେ ଆଗକୁ ବଢ଼ିବୁ । ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବାକୁ ପଡ଼ିବ । ଏବେ ଯୁବ ବ୍ୟାଟ୍ସମ୍ୟାନମାନେ ରିକ୍ସ ନେଇ ବଡ଼ ବଡ଼ ସଟ୍ ଖେଳିବାକୁ ପସନ୍ଦ କରୁଛନ୍ତି । ଭାରତ ଏକ ହାଇସ୍କୋର କରିବାକୁ ଲକ୍ଷ୍ୟ ରଖିଛି । କେବଳ ବିଜୟ ହୋଇ ୨ ପଏଣ୍ଟ ନୁହେଁ । ଆମକୁ ବଡ଼ ସ୍କୋର କରିବା ସହ ଦମଦାର ପ୍ରଦର୍ଶନ ଦେଖାଇବାକୁ ପଡ଼ିବ । ପାଓ୍ବାର ଫ୍ଲେରେ ଏକ ବଡ଼ ସ୍କୋର କାଢ଼ିବାକୁ ପଡ଼ିବ । ଯାହାକି ପରବର୍ତ୍ତୀ ସମୟରେ ଆମକୁ ଅନେକ ସହାୟକ ହେବ ।
ଏହାସହ ପଢ଼ନ୍ତୁ : ଜିତିଲା ନ୍ୟୁଜିଲାଣ୍ଡ, ହାରିଲା ଶ୍ରୀଲଙ୍କା: କାନ୍ଦୁଛି ପାକିସ୍ତାନ