ନୂଆଦିଲ୍ଲୀ,୨୫/୦୭: ଭାରତୀୟ କ୍ରିକେଟରେ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭବିଷ୍ୟତ ଭାବେ ବିବେଚନା କରାଯାଉଛି । ଜିମ୍ୱାୱେ ବିପକ୍ଷରେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରି ଚାର୍ଚ୍ଚରେ ରହିଛନ୍ତି ବେବି ବସ୍ ବୈଭବ । ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି ବୈଭବ । କ୍ରିକେଟରେ ହଇଚଇ ସୃଷ୍ଟି କରିଥିବା ସୂର୍ଯ୍ୟବଂଶୀଙ୍କୁ ନେଇ ଦୀର୍ଘକାଳୀନ ଯୋଜାନ କରୁଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ବୈଭବଙ୍କୁ ଅଲରାଉଣ୍ଡର କରିବାକୁ ପ୍ଲାନ କରୁଛି ବିସିସିଆଇ । ତାଙ୍କୁ ବୋଲିଂ ବିଭାଗର ଅଂଶ କରିବାକୁ ଟିମ୍ ଇଣ୍ଡିଆ ଭବିଷ୍ୟତ ଯୋଜନାର ଅଂଶ ରହିଛି ।

ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଭାରତୀୟ ଦଳର କାର୍ଯ୍ୟକାରୀ ବୋଲିଂ ପ୍ରଶିକ୍ଷକ ସୁନୀଲ ଜୋଶୀ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି । ଯୋଶୀ କହିଛନ୍ତି ଯେ,''ବର୍ତ୍ତମାନ ପାଇଁ ବୈଭବଙ୍କ ବ୍ୟାଟିଂ ମୁଖ୍ୟ ଧ୍ୟାନ ରହିବ, ଯେତେବେଳେ ତାଙ୍କ ବୋଲିଂକୁ ଧୀରେ ଧୀରେ ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ)ର ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE)ରେ ଉନ୍ନତ କରାଯିବ । ଟିମ୍ ଇଣ୍ଡିଆ ଦିନିକିଆ ଦଳରେ ୧୫ ବର୍ଷୀୟ ବୈଭବଙ୍କୁ ସାଇନ୍ କରିବାକୁ ତରବରିଆ ନାହିଁ । ବୈଭବଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭକୁ ଦୃଷ୍ଟିରେ ରଖି, କେବଳ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦିଆଯିବା ଉଚିତ୍ । ପ୍ରଥମେ ଆମେ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ଉଚିତ୍ । ଜିମ୍ୱାୱେ ବିପକ୍ଷରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଏବଂ ମୁଁ ଖୁସି ଯେ ସେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ହରାରେ ସର୍ବଦା ତାଙ୍କ ପାଇଁ ଏକ ଭଲ ପଡ଼ିଆ ହୋଇଆସିଛି । ସେ ଏଠାରେ ୧୯ ବର୍ଷରୁ କମ୍ ବିଶ୍ୱକପ ଫାଇନାଲ ଖେଳିଥିଲେ । ପ୍ରଥମ ଟି-ଟ୍ୱେଣ୍ଟିରେ ମଧ୍ୟ ଭଲ ବ୍ୟାଟିଂ କରିଛନ୍ତି ।

ବୋଲିଂ ପ୍ରଶିକ୍ଷକ ସୁନୀଲ ଜୋଶୀ ଆହୁରି କହିଛନ୍ତି, ବୈଭବ ତାଙ୍କ ବ୍ୟାଟିଂରେ ବହୁତ ଆରାମଦାୟକ । ଯେତେବେଳେ ମୁଁ ସମୟ ପାଇବି, ମୁଁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ତାଙ୍କ ବୋଲିଂ ଉପରେ ମଧ୍ୟ କାମ କରିବି । ଏହାର ଅର୍ଥ ହେଉଛି ଯେ, ଭାରତୀୟ ଦଳ ପରିଚାଳନା ଏହି ସମୟରେ ବୈଭବଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହୁଁନାହିଁ । ପ୍ରଥମେ ତାଙ୍କ ବ୍ୟାଟିଂକୁ ଆହୁରି ମଜବୁତ କରାଯିବ ଏବଂ ଧୀରେ ଧୀରେ ତାଙ୍କ ବୋଲିଂ କାମ କରାଯିବ । ଭାରତୀୟ କ୍ରିକେଟ ଦଳରେ ଅନେକ ବ୍ୟାଟର ଅଛନ୍ତି ଯେଉଁମାନେ ଦରକାର ପଡିଲେ ବୋଲିଂ ବି କରିପାରିବେ । ଅଭିଷେକ ଶର୍ମା ତାଙ୍କ ବୋଲିଂରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି। ଆମେ ଚାହୁଁଛୁ ଯେ ସେ ଆହୁରି ଉନ୍ନତି କରନ୍ତୁ। ତିଲକ ବର୍ମା ମଧ୍ୟ ଆମ ପାଇଁ ଏକ ଉପଯୋଗୀ ବୋଲିଂ ବିକଳ୍ପ ।

ଏହା ବି ପଢନ୍ତୁ...Rohit Sharma: ବିଶ୍ୱକପ ପୂର୍ବରୁ ଦମ ଦେଖାଇବେ ହିଟ୍ମ୍ୟାନ୍, ବିଜୟ ହଜାରେ ଟ୍ରଫିରେ ଗର୍ଜିବ ବ୍ୟାଟ୍

କହି ରଖୁଛି କି, ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ ବୈଭବ । କିନ୍ତୁ ଉକ୍ତ ସିରିଜରେ ଆଶା ଅନୁଯାୟୀ ସଫଳ ହୋଇନଥିଲେ । ଜିମ୍ୱାୱେ ବିପକ୍ଷରେ ଦମଦାର ଇନିଂସ ଖେଳିଥିଲେ । ୪ ଚୌକା, ୪ ଛକା ସହ ୧୯ ବଲରେ ୫୦ ରନର ଦମଦାର ଇନିଂସ ଇନିଂସ ଖେଳି ବିଶ୍ୱ ରେକର୍ଡ କରିଥିଲେ ବେବି ବସ୍ ।