ନୂଆଦିଲ୍ଲୀ,୩୦/୦୫; ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ଗୁଜରାଟ ବନାମ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ଠାରୁ ୭ ୱିକେଟରେ ପରାସ୍ତ ହୋଇଥିଲା। ହୁଏତ ରାଜସ୍ଥାନ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନଥାନ୍ତା । ଯଦି ବୈଭବଙ୍କ ବ୍ୟାଟିଂ ବିସ୍ଫୋରଣ ହୋଇନଥାନ୍ତି । କ୍ୟାପ୍ଟେନ୍ ରିୟାନ ପରାଗ କିଛି କରିପାରୁନାହାନ୍ତି ଓଲଟା ଭାଷଣ ମାରୁଛନ୍ତି । ବୈଭବଙ୍କୁ ଜ୍ଞାନ ନେଇ ଟ୍ରୋଲର ଶିକାର ହୋଇଛନ୍ତି ରିୟାନ ପରାଗ । ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ୪୭ ବଲରେ ୯୬ ରନ୍ କରି ଆଉଟ୍ ହୋଇଥିଲେ । ସେଥିରେ ୮ଟି ଚୌକା ଏବଂ ୭ଟି ଛକା ସାମିଲ ଥିଲା । ୨୦୪.୨୬ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥିଲେ । କିନ୍ତୁ ଶତକ ହାସଲ କରିପାରିନଥିଲେ । କାଗିସୋ ରାବାଡାଙ୍କ ବଲରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ।

ଶତକରୁ ବଞ୍ଚିତ ହେବାରୁ ରାଗିଲେ ରିୟାନ- ଶତକରୁ ବଞ୍ଚିତ ହୋଇ ପାଭିଲିୟନ ଫେରିଥିଲେ ବୈଭବ । ୧୫ ବୈଭବ ନିରାଶ ଥିଲେ । ଏହି ସମୟରେ ରାଜସ୍ଥାନ ରୟାଲ୍ସ କ୍ୟାପ୍ଟେନ୍ ରିୟାନ ପରାଗ ତାଙ୍କ ସମବେଦନା ଦେଇନଥିଲେ ଓଲଟା ରାଗିଥିଲେ । ପୁରା ଷ୍ଟାଡିୟମ ଦର୍ଶକ ବୈଭଗଙ୍କୁ ସ୍ୱାଗତ କରିଥିଲା । ଚମତ୍କାର ଇନିଂସ ପାଇଁ ଷ୍ଟାଣ୍ଡି ଓବେସନ୍ ଦେଇଥିଲା । କିନ୍ତୁ ରିୟାନ ପରାଗ ବୈଭବଙ୍କୁ ରାଗି କରି କିଛି କହିଥିଲେ । ଡଗଆଉଟରେ ବୈଭବଙ୍କୁ ରିୟାନ ହାତ ହଲାଇ କିଛି କହୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ୟୁଜର୍ସ ରିୟାନଙ୍କୁ ସମାଲୋଚନା କରିଛନ୍ତି ।

କ୍ୱାଲିଫାୟାର ୨ ହାରିବା ପରେ ରିୟାନ ପରାଗଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି । କାନ୍ନା ନାମକ ଜଣେ ଏକ୍ସ ୟୁଜର ସେହି ସମୟର ଫଟୋ ପୋଷ୍ଟ କରି କଟାକ୍ଷ କରି ଲେଖିଛନ୍ତି, ରିୟାନ ପରାନ ବୈଭବଙ୍କୁ ଭାଷଣ ଦେଉଛନ୍ତି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ନିଜେ ଚାପପୂର୍ଣ୍ଣ ମ୍ୟାଚରେ ଫ୍ଲେପ ହୋଇ ଅନ୍ୟଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ରିୟାନ ପରାଗଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦ୍ୱିତୀୟ କ୍ୱାଲିଫାୟରରେ ରିୟାନ ଜାସନ ହୋଲ୍ଡରଙ୍କ ବଲେ ରାବାଡାଙ୍କ ଦ୍ୱାରା ୧୮୩.୩୩ ଷ୍ଟ୍ରାଇକ୍ ରେଟରେ ୬ଟି ବଲରେ ୧୧ ରନ୍ କରିଥିଲେ ।

ଏହା ବି ପଢନ୍ତୁ....Shubman Gill: ଧମାକାଦାର ଶତକ ସହ ଇତିହାସ ରଚିଲେ ଶୁଭମନ, ଆଇପିଏଲରେ କଲେ ଏହି ରେକର୍ଡ