ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ବୈଷ୍ଣୋଦେବୀରେ ଭୂସ୍ଖଳନ ଯୋଗୁଁ ୨୨ ଟ୍ରେନ ବାତିଲ ,ଜମ୍ମୁ-କଟରା ରାଜପଥ ବନ୍ଦ

Published By : Anindita Ratha | August 27, 2025 12:01 PM

ନୂଆଦିଲ୍ଲୀ,୨୭/୯:ଲଗଣା ବର୍ଷା ଯୋଗୁଁ ଜମ୍ମୁକାଶ୍ମୀରରେ ସ୍ଥିତି ବେହାଲ । କଟରା ସ୍ଥିତ  ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ଭୂସ୍ଖଳନ ଯୋଗୁଁ ଅତିକମରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡ଼ା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କାଟରା ରାଜପଥ ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଥିବା ବେଳେ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଛି । ଏଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି।

ତେବେ ମଙ୍ଗଳବାର ଦିନ ସକାଳ ୧୧.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଜମ୍ମୁରେ ୬ ଘଣ୍ଟାରେ ୨୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଯଦିଓ ଅଧା ରାତି ପରେ ବର୍ଷା କମିଯାଇଥିଲା, ଯାହା ଜିଲ୍ଲାକୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଏବଂ ଜଳବନ୍ଦୀରୁ ୩,୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ପ୍ରଶାସନ, ଜେକେ ପୁଲିସ, ଏନଡିଆରଏଫ୍, ଏସଡିଆରଏଫ୍, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି।ଅନେକ ଅଞ୍ଚଳରେ ଟେଲିକମ୍ ବ୍ଲାକଆଉଟ୍ ହୋଇଛି ଯେଉଁ କାରଣରୁ ଲକ୍ଷ ଲକ୍ଷ ଲୋକ ସମ୍ପର୍କରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ପ୍ରଶାସନର ଧ୍ୟାନ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ଉପରେ ରହିଛି । ବର୍ତ୍ତମାନ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଝଡ଼ ଏବଂ ବର୍ଷା ହେଉଛି । 

ତେବେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି - ଜମ୍ମୁ ସହର, ଆରଏସପୁରା, ସାମ୍ବା, ଅଖନୁର, ନଗରୋଟା, କୋଟ ଭଲୱାଲ, ବିଶ୍ନାହ, ବିଜୟପୁର, ପୁରମଣ୍ଡଳ, କାଠୁଆ ଏବଂ ଉଦ୍ଧମପୁର । ସେହିପରି ରିୟାସି, ରାମବାଣ, ଡୋଡା, ବିଲାୱାର, କାଟରା, ରାମନଗର, ହିରାନଗର, ଗୁଲ ଏବଂ ବନିହାଲରେ ସାମାନ୍ୟ ବର୍ଷା ହେଉଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଥିବା ବେଳେ କାଟରା, ଜମ୍ମୁ ଏବଂ ଉଦ୍ଧମପୁରରୁ ଚାଲୁଥିବା ଅନେକ ସର୍ଭିସ ପ୍ରଭାବିତ ହୋଇଛି, ଯେଉଁଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.