PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦିନକ ପରେ ପ୍ରେମ ସପ୍ତାହ, ବଜାରରେ ମନୋଲୋଭା ଉପହାର: ଭାଲେଣ୍ଟାଇନ୍‌ ଡେ’ ପାଇଁ ରେଷ୍ଟୁରାଣ୍ଟ୍‌ ଓ କାଫେରେ ସ୍ୱତନ୍ତ୍ର ବ୍ୟବସ୍ଥା

କଟକ,୦୬/୦୨: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ । ଦୁଇ ମନର ମିଳନରେ ରହିଥାଏ ସ୍ୱାର୍ଥହୀନ ଭଲପାଇବା, ପରସ୍ପର ମନ ବୁଝିବା । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦୁଃଖସୁଖକୁ ବାଣ୍ଟି ଜୀବନସାଥୀ ଭାବେ କର୍ତ୍ତବ୍ୟ ପାଳନ କରିବା । ଏହି ପ୍ରେମକୁ ଜନମାନସରେ ଚିରନ୍ତନ କରିବା ପାଇଁ ଆଧୁନିକ ସଭ୍ୟତାରେ ପାଳନ କରାଯାଉଛି ପ୍ରେମର ସପ୍ତାହ । ପ୍ରତି ବର୍ଷ ଫେବ୍ରୁଆରୀ ୭ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଏହି ପ୍ରେମ ସପ୍ତାହ ପାଳନ କରାଯାଇଥାଏ । ଶେଷରେ ୧୪ତାରିଖକୁ ଭାଲେଣ୍ଟାଇନ୍‌ ଡେ’ ଭାବେ ପାଳନ କରି ପ୍ରେମର ସମ୍ପର୍କକୁ ଅଧିକ ମଜଭୁତ କରିଥାନ୍ତି ପ୍ରେମୀ ଯୁଗଳ । ଦିନକ ପରେ ଏହି ସପ୍ତାହ ଆରମ୍ଭ ହେବାକୁ ଥିବା ବେଳେ କଟକରେ ଏଥିପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି । ଯୁବପିଢ଼ିଙ୍କ ପାଇଁ ବଜାରରେ ଭଳିକି ଭଳି ଉପହାର ବିକ୍ରି ହେଉଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ପାଇଁ ରେଷ୍ଟୁରାଣ୍ଟ୍‌ ଓ କାଫେରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହି ସପ୍ତାହର ପ୍ରତି ଦିନକୁ ଭିନ୍ନ ଭିନ୍ନ ଦିବସ ଭାବେ ପାଳନ କରାଯାଇଥାଏ । କେବଳ ଯେ ପ୍ରେମୀ ଯୁଗଳ ତାହା ନୁହଁ ବନ୍ଧୁ ଓ ଦମ୍ପତିଙ୍କ ମଧ୍ୟରେ ଏହି ସପ୍ତାହକୁ ମହାଆଡମ୍ବରରେ ପାଳନ କରାଯାଉଛି । ଏଥିରେ ଉଭୟ ପରସ୍ପରକୁ ଚକୋଲେଟ୍‌ ଆଦି ଉପହାର ପ୍ରଦାନ କରିଥାନ୍ତି । ଏମିତିକି ସମ୍ପର୍କକୁ ଦୁଇ ଗୁଣା କରିବା ପାଇଁ ନିଜ ମଧ୍ୟରେ ପ୍ରତିଶ୍ରୁତି ଦିଆନିଆ ହୋଇଥାନ୍ତି । ଏଥିପାଇଁ ବଜାରରେ ସ୍ୱତନ୍ତ୍ର ଭାଲେଣ୍ଟାଇନ୍‌ ଚକୋଲେଟ୍‌ ସହିତ ଭାଲେଣ୍ଟାଇନ୍‌ କେକ, ହୃଦୟ ଆକାରର କେକ୍‌, ଟେଡି ଆଦି ଅନେକ ଉପହାର ବିକ୍ରି ହେଉଛି । ସହରର କଲେଜ ଛକ, ବାଦାମବାଡି, ବକ୍ସି ବଜାର ଆଦି ସ୍ଥାନରେ ଥିବା