PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବୈଷ୍ନୋ ଦେବୀ ଭକ୍ତଙ୍କ ପାଇଁ ଖୁସି ଖବର : ଦିଲ୍ଲୀ ଓ କାଟ୍ରା ମଧ୍ୟରେ ଚଳାଚଳ କରିବ ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ, ଲାଗିବ ମାତ୍ର ୮ଘଣ୍ଟା

ନୂଆଦିଲ୍ଲୀ ୨୩/୦୭ : ଦିଲ୍ଲୀ ଓ କଟ୍ରା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ଟ୍ରାଏଲ ରନ ସରିଛି । ଗତକାଲି ବନ୍ଦେ ଭାରତ ଏକ୍ସପ୍ରେସ୍  ଦିଲ୍ଲୀରୁ କାଟ୍ରା ଯାଇ ପୁଣି ଫେରିଥିଲା । ଟ୍ରାଏଲ ରନ ସଫଳ ହୋଇଛି ବୂୋଲି ରେଳ ଅଧିକାରୀମାନେ କହିଛନ୍ତି । ଅତିଶୀଘ୍ର ଏହି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବ ।   ମାତା ବୈ​‌ଷ୍ନୋ ଦେବୀ ଙ୍କ ଭକ୍ତ କଟ୍ରାରେ ଶିଘ୍ର ପହଁଛିବା ପଇଁ  ମୋଦୀ ସରକାର ୨.୦ରେ ଯାତ୍ରୀଙ୍କୁ ଏହା ବଡ ଉପହାର ହେବ। ପୂର୍ବରୁ ଦିଲ୍ଲୀରୁ କଟ୍ରା ୧୨ଘଣ୍ଟା ସମୟ ଲାଗୁଥିବାବେଳେ  ବନ୍ଦେ ଭାରତ ଏକ୍ସପ୍ରେସ୍  ରେ ୮ ଘଣ୍ଟା ସମୟ ଲାଗିବ ।

ଭାରତୀୟ ରେଳ ସବୁଠାରୁ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଓ ଦେଶର ଦୃତତମ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ  ଦିଲ୍ଲୀ ରୁ କଟ୍ରା ମଧ୍ୟରେ ଚଳାଚଳ କରିବା ପାଇଁ ରେଳମନ୍ତ୍ରାଳୟ ନିଷ୍ପତି ହେଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଦିଲ୍ଲୀରୁ କଟ୍ରା ମଧ୍ୟରେ ଦୂରତାକୁ କମ୍ ସମୟରେ ପହଞ୍ଚବା ପାଇଁ ଏହି ରୁଟରେ ମଞ୍ଜୁରି ମିଳିଛି। ଦିଲ୍ଳୀରୁ କଟ୍ରାରକୁ  ଯିବପାଇଁ  ଏବେ ୧୨ଘଣ୍ଟା ସମୟ ଲାଗୁଥିବାବେଳେ ବନ୍ଦେ ଭାରତ ଏକ୍ସପ୍ରେସ୍  ୧୩୦ କିଲୋମିଟର ବେଗରେ  ୮ଘଣ୍ଟା ମଧ୍ୟରେ ଏହି ଦୂରତା ଅତିକ୍ରମ କରିପାରିବ । ଟ୍ରାଏଲ ରନବେଳେ ବନ୍ଦେ ଭାରତ ଏକ୍ସପ୍ରେସ୍  ଘଣ୍ଟାକୁ ୧୩୦ କିଲୋମିଟର ବେଗରେ ଚାଲିଥିଲା ।

ଦିଲ୍ଳୀରୁ କଟ୍ରା ମଧ୍ୟରେ ମାତ୍ର ୩ଟି ଷ୍ଟୋସନରେ ବନ୍ଦେ ଭାରତ ଏକ୍ସପ୍ରେସ୍  ରହଣି  ବ୍ୟବସ୍ଥାକରା ଯାଇଛି ।   ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନୂଆଦିଲ୍ଳୀରୁ ବାହାରି  ପ୍ରଥମେ ଅମ୍ବାଲା କ୍ୟାଣ୍ଟ ଜଂକ୍ସନ୍‌ ଷ୍ଟେସନ୍ , ଲୁଧିଆନା ଓ ଜମ୍ମୁ ତବୀ ଦେଇ କଟ୍ରାରେ ପହଞ୍ଚିବା ପାଇଁ ରୁଟ୍‌ ସ୍ଥିର ହୋଇଛି।

ବନ୍ଦେ ଭାରତ ,ଏକ୍ସପ୍ରେସ୍‌ ପାଇଁ ରେଳ ବିଭାଗ ସମୟ ସାରଣୀ ନିର୍ଦ୍ଧାରଣ କରିସାରିଛି। ବନ୍ଦେ ଭାରତ ଏକ୍ସପ୍ରେସ୍  ଦିଲ୍ଲୀରୁ ସକାଳ ୬ଟାରେ ବାହାରି ଅମ୍ବାଲା କ୍ୟଣ୍ଟ ଜଂକ୍ସନ୍‌ରେ ୮ଟା ୧୦ ମିନିଟରେ ପହଞ୍ଚିବ । ଏଠାରେ ୨ମିନିଟ ରହିବା ପରେ  ବାହରି ୯ଟା ୨୨ ମିନିଟରେ   ଲୁଧିଆନା ଷ୍ଟେସନ୍‌ରେ ପହଞ୍ଚିବ । ଏଠାରେ ମଧ୍ୟ ୨ମିନିଟର ରହିବା ସେଠାରୁ ବନ୍ଦେ ଭାରତ ଏକ୍ସପ୍ରେସ  ଜମ୍ମୁ ତାବୀ ରେ ୧୨ଟା ୪୦ରେ ପହଞ୍ଚିବ । ଏଠାରୁ ସିଧା କଟ୍ରା ଠାରେ ଦିନ ୨ଟାରେ ପହଞ୍ଚିବ ।

 ବନ୍ଦେ ଭାରତ ଏକ୍ସପ୍ରେସ୍‌  ଦିଲ୍ଲୀରୁ କଟ୍ରା ରୁଟରେ ଗତକାଲି ଟ୍ରାଏଲ ରନ୍ କରିଛି  । ତେବେ ବର୍ତ୍ତମାନ

ଉତ୍ତରାଞ୍ଚଳ ରେଳବାଇ ମହାନିର୍ଦ୍ଦେଶକ ଏହି ରୁଟର ଟ୍ରାକକୁ ନିରୀକ୍ଷଣ କରିବାପରେ ଏହି ଟ୍ରେନ ଚଳାଚଳ କରିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହାକୁ  ନିର୍ମାଣ କରାଯାଇଛି। ଭାରତ ନିଜ ଆଧୁନିକ ଜ୍ଞାନ କୌଶଳରେ  ଦୃତ ଟ୍ରେନ ନିର୍ମାଣ କରିଛି । ଯାହାର ଟପ ସ୍ପିଡ ୧୩୦ କିମି ରହିଛି । ଏହା ପ୍ରଥମେ ଦିଲ୍ଳୀରୁ ମୋଦିଙ୍କ ନିର୍ବାଚନି କ୍ଷେତ୍ର ବାରାଣାସୀକୁ ସଫଳଭାବେ  ଚଳାଚଳ କରିଛି।

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଆଧୁନିକ ସିଟ୍ ରହିଥିବା ବେଳେ ଏଥିରେ ଓ୍ବାଇ ଫାଇର ସୁବିଧା ରହିଛି ।ଏହି ଟ୍ରେନ୍ ଷ୍ଟୋସନ୍ ରେ ରହିବା ଆଗରୁ ଡିଜିଟାଲ ଡିପ୍ଲେ ସ୍କ୍ରିନ୍ ମଧ୍ୟମରେ ଯାତ୍ରୀଙ୍କୁ ସୂଚିତ କରିଥାଏ । ଏହା ଛଡା ବନ୍ଦେ ଭାରତ ଏକ୍ସପ୍ରେସ ଭିତରେ ପୁରା ଉଡାଜାହଜ ପରି ଲାଗିବା ସହ ଟ୍ରେନଟି ସମ୍ପର୍ଣ୍ଣରୁ ଅଟୋସିଷ୍ଟମ୍‌ ମଧ୍ୟମରେ  କବାଟ ବନ୍ଦ ହେବ ଏବଂ ଖୋଲିବା ବ୍ୟବସ୍ଥା କରାଯାଇଛି ।  ବନ୍ଦେ ଭାରତ ଏକ୍ଦପ୍ରେସ୍‌ ବୈଷ୍ଣୋ ଦେବୀ ରୁଟରେ ଚାଲିବା ଦ୍ବାରା ଯାତ୍ରୀଙ୍କ  ସୁବିଧା ହେବ । ଏହି ଟ୍ରେନ୍‌ ପାଇଁ ଏ ଯାଏଁ ଯାତ୍ରୀଭଡା ନିର୍ଦ୍ଧାରଣ ହୋଇନାହିଁ ।