PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବାଣୀବିହାର ହଷ୍ଟେଲ୍‌ରେ ଚଢ଼ଉ ପରେ ପୁଲିସ ଖୁସ୍‌, ଭିସି ଚୁପ୍‌

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଟିଏ ବି ଅଣଛାତ୍ର ରହିବେନି । ଆଗକୁ ଆହୁରି ଚଢ଼ଉ କରାଯିବ । କ୍ୟାମ୍ପସରେ ଉତ୍ପାତ କରୁଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ତଡ଼ାଯିବ । ଏମିତି କିଛି ଢ଼ଙ୍ଗରେ ‘ଅପରେସନ ବାଣୀବିହାର’ ଆରମ୍ଭ କରିଥିବା କମିଶନରେଟ ପୁଲିସ ହାତ ଟେକି ଦେଇ ବସିଛି । ଗୋଟିଏ ଦିନ ଚଢ଼ଉ କରି ପୁଲିସ୍‌ ଖୁସ୍‌ ହୋଇଯାଇଛି । ସେପଟେ ବାଣୀବିହାର ଭିସି ଚୁପ୍‌ ବସିଛନ୍ତି । ପୁଲିସ୍‌କୁ ଚଢ଼ଉ ପାଇଁ ଅନୁମତି ଦେଇ ନାହାନ୍ତି । ଭିସିଙ୍କ ଚୁପ୍‌ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ସେପଟେ ହଷ୍ଟେଲକୁ ଏବେ ବି ପୁଳାପୁଳା ଅଣଛାତ୍ର ମାଡି ବସିଛନ୍ତି । କିଛି ଛାତ୍ରନେତାଙ୍କ ଛତ୍ରଛାୟା ଯୋଗୁଁ ସେମାନଙ୍କୁ ତଡିବାକୁ ପୁଲିସର ହାତ ଥରୁଛି । ବଡ଼ କଥା ହେଉଛି ଗୋପବନ୍ଧୁ ଓ ମଧୁସୂଦନ ଛାତ୍ରାବାସକୁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ କବ୍‌ଜା କରିଛନ୍ତି । ହେଲେ ତାଙ୍କୁ ବାହାର କରିବାକୁ କାହାର ହାତ ଯାଉନି । ଚଢ଼ଉ କଲେ କଳେ ଗାଦି ଚାଲିଯିବ ସେଥିପାଇଁ କେହି ଆଗକୁ ଆସୁ ନାହାନ୍ତି । ସେପଟେ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଭିସିଙ୍କ ସହ ଆଲୋଚନା ହୋଇଛି । ଭିସି କହିଛନ୍ତି, ଆମେ ପ୍ରଥମେ ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ନୋଟିସ କରିବୁ । ଯଦି ସେମାନେ ହଷ୍ଟେଲ ଖାଲି ନକରନ୍ତି ତେବେ ଆମେ ପୁଲିସ ସହାୟତା ନେବୁ ।

ବରିଷ୍ଠ ଅଧିକାରୀ-ଛାତ୍ରନେତା ଲିଙ୍କ୍‌
ଚଢ଼ଉ ବେଳେ ୭ ନମ୍ବର ହଷ୍ଟେଲରୁ ପ୍ରବଳ ମାତ୍ରାରେ ମଦ ବୋତଲ, ହୁକ୍କା, ସିଗାରେଟ୍‌ ଖୋଳ ଓ ଅନେକ ଆପତ୍ତିଜନକ ଜିନିଷ ବାହାରିଥିଲା । ଏହାର ଅର୍ଥ ପୁରା ହଷ୍ଟେଲ ଅଣଛାତ୍ରଙ୍କ କବ୍‌ଜାରେ ଥିଲା । ଦିନରାତି ସେଠାରେ ଖଟି ଚାଲୁଥିଲେ । ଏପରିକି ରୁମ୍‌ ଭଡା ଦେଇ ଅଣଛାତ୍ରମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଏକଥା ଜାଣି ମଧ୍ୟ କର୍ତ୍ତୃପକ୍ଷ କାହିଁକି ଚୁପ୍‌ ଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କ୍ୟାମ୍ପସ ଭିତରେ ଥିବା ହଷ୍ଟେଲକୁ କାହିଁକି ଚଢ଼ଉ କରାଯାଉନଥଲିା । ଛାତ୍ରନେତାଙ୍କ ସହ କଲେଜର କିଛି ବରିଷ୍ଠ ଅଧିକାରୀଙ୍କ ଲିଙ୍କ୍ ରହିଛି । ଭଡାସୂତ୍ରରୁ ଆସୁଥିବା ଅର୍ଥରେ ଏମାନଙ୍କ ଭାଗିଦାରୀ ରହୁଥିଲା । ଯେଉଁଥିପାଇଁ ଏତେ ଦିନ ଧରି ଅଣଛାତ୍ରମାନେ ହଷ୍ଟେଲକୁ ଜବରଦଖଲ କରି ରଖିଥିଲେ । ଏହା ଅନୁସନ୍ଧାନ କରାଗଲେ, ଅନେକ ଅଧିକାରୀଙ୍କ ମୁଖା ଖୋଲିବ ।

ସମ୍ବନ୍ଧିତ ଖବର