PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

IIT BHU ପ୍ରସ୍ତୁତ କଲା ‘ଏୟାର ଗାର୍ଡ’; ଗାଡ଼ିର ଇଞ୍ଜିନ୍‌ ଖରାପ ହେବା ଆଗରୁ କରିବ ସତର୍କ

Image Courtesy: News18 hindi

ବାରଣାସୀ,୦୭/୧୦: ସାକାର ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ବପ୍ନ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ଉପରେ କାମ କରୁଥିବା ଆଇଆଇଟି ବିଏଚୟୁ (ଆଇଆଇଟି ବାରଣାସୀ ହିନ୍ଦୁ ୟୁନିଭର୍ସିଟି)ର ବୈଜ୍ଞାନିକ ମାନେ ପ୍ରସ୍ତୁତ କରିଛନ୍ତି ‘ଏୟାରଗାର୍ଡ’। ଏହି ଏୟାର ଗାର୍ଡ ବିଷାକ୍ତ ଗ୍ୟାସ୍ ଚିହ୍ନଟ କରିବା ବ୍ୟତୀତ ଇଞ୍ଜିନ ଖରାପ ହେବା ପୂର୍ବରୁ ସେଥିରୁ ବାହାରୁଥିବା ଧୂଆଁକୁ ବାରିପାରି ଗାଡି ଚାଳକକୁ ସତର୍କ କରାଇବାରେ ସହାୟକ ହେବ। ଏହା ବ୍ୟତୀତ ଖାଦ୍ୟରେ ଯଦି କିଛି ମିଶାଯାଇଥିବ, ତେବେ ଏୟାର ଗାର୍ଡ ଏନେଇ ସଠିକ୍ ସୂଚନା ଦେବ।

ଆଇଆଇଟି ବିଏଚୟୁର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ବିଭାଗର ବୈଜ୍ଞାନିକ ମାନେ ଏହି ଡିଭାଇସ୍‌କୁ ତିଆରି କରିଛନ୍ତି। ଅନେକ ଗବେଷଣା କରିବା ପରେ ବିଭିିନ୍ନ ପରୀକ୍ଷା ନିରିକ୍ଷା କରାଯାଇ ଏହି ମେସିନ୍‌କୁ ତିଆରି କରାଯାଇଛି। ପ୍ରଫେସର ଏନ.ଏସ. ରାଜପୁତ କହିଛନ୍ତି ଯେ, ଭାରତରେ ତିଆରି ହୋଇଥିବା ଏହା ପ୍ରଥମ ଆଡଭାନ୍ସ ଏୟାର ଗାର୍ଡ ସିଷ୍ଟମ, ଯାହାର ମୁଲ୍ୟ ବିଦେଶରେ ବ୍ୟବହାର ହେଉଥିବା ଏୟାରଗାର୍ଡ ଠାରୁ ୫୦ ପ୍ରତିଶତ କମ୍‌ ଅଟେ। ସାଧାରଣତଃ ଏହି ମେସିନର ଦାମ ବିଦେଶରେ ୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ। 

ଆଇଆଇଟି ବିଏଚୟୁ ପକ୍ଷରୁ ତିଆରି କରାଯାଇଥିବା ଏହି ମେସିନରେ ଖର୍ଚ୍ଚ ହୋଇଛି ମାତ୍ର ୧୦ ହଜାର ଟଙ୍କା। ତେବେ ଯେତେବେଳେ ଏହାର ସାମୁହିକ ନିର୍ମାଣ କରାଯିବ, ସେତେବେଳେ ଏଥିରୁ ଆହୁରି କମ୍‌ ଖର୍ଚ୍ଚ ହେବ ବୋଲି କହିଛନ୍ତି ଆଇଆଇଟି ବିଏଚୟୁର ବୈଜ୍ଞାନିକ ମାନେ। ଡଃ ଏନ.ଏସ ରାଜପୁତ କହିଛନ୍ତି ଯେ, ଏହି ଡିଭାଇସ ମାଧ୍ୟମରେ ଘରେ କିମ୍ବା ଫ୍ୟାକ୍ଟ୍ରିରେ ବାୟୁ ସ୍ବଚ୍ଛ ଅଛି କି ନାହିଁ ତାହା ଜଣାପଡ଼ିବା ସହିତ ଅନେକ କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ।

ସମ୍ବନ୍ଧିତ ଖବର