PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିଭିନ୍ନ ଦାବି ନେଇ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ଭୋଗରାଇ,୨୪/୧୧,(ଆ.ପ୍ର.)  ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ସଂଘ  ଡାକରାରେ  ଆଉଟିସୋର୍ସିଂ କର୍ମଚାରୀମାନେ  କଳାବ୍ୟାଜ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଉଟସୋର୍ସିଂ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ପ୍ରଦାନ,ଚାକିରିରୁ ବହିଷ୍କାର ନକରିବା ଆଦି ଦାବି ନେଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଏକତ୍ରିତ ହୋଇଛନ୍ତି।  ଆସନ୍ତା ୨୬ ତାରିଖ ଭୁବନେଶ୍ୱର ସମାବେଶରେ ଯୋଗ ଦେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି। ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ ପରିଧାନ ସହ ଭୁବନେଶ୍ୱର ଚାଲ ପୋଷ୍ଟର ପ୍ରଦର୍ଶନ କରି ଆଉଟସୋର୍ସିଂ କର୍ମଚାରୀମାନେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବ୍ଲକ କାର୍ଯ୍ୟାଳୟର ଆଉଟସୋର୍ସିଂ କର୍ମଚାରୀ ବରେନ୍ଦ୍ର କୁମାର ସାହୁ,ହିମାଂଶୁ ଶେଖର ଦାସ,ଦୀପକ ମହାପାତ୍ର, ସପନ ବ୍ରହ୍ମ, ସ୍ନେହଲତା ଦାସ, ରାମେଶ୍ୱରୀ ପ୍ରଧାନ, ପ୍ରିତମ୍ବନା ମହାପାତ୍ର, ଜିତେନ୍ଦ୍ର ମହାନ୍ତି, ସୁନୀଲ କର, ତରୁଣ ମନ୍ତ୍ରୀ ପ୍ରମୁଖଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ପ୍ରଶାନ୍ତ କୁମାର ଗିରି, ମିନତୀ ଘଡାଇ, ହରିହର ନାୟକ, ଜୟଦେବ ଘଡାଇ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁନିତା ଦିଣ୍ଡା, ବେନୁ ମେହେନ୍ତର, ଜଗନ୍ନାଥ ପାତ୍ର, କାଞ୍ଚନବାଲା ଦାସ, ସୁଚିସ୍ମିତା ପ୍ରଧାନ, ଗୀତାଞ୍ଜଳି ନାୟକ, ଗୋବିନ୍ଦ କୁମାର ଗିରି, ସୁଶାନ୍ତ କୁମାର ଗିରି, ତପନ କୁମାର ପ୍ରମାଣିକ, ସଞ୍ଜିତ କୁମାର ଗିରି, ସୁଜିତ କୁମାର ଘରାଇ, ବନବିହାରୀ ଗିରି ପ୍ରମୁଖ ଭୁବନେଶ୍ୱର ଚାଲ ଆହ୍ବାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର