ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅଲ୍ଲୁଙ୍କ ସମର୍ଥନରେ ଆସିଲେ ବରୁନ୍ ଧାଓ୍ବନ, କହିଲେ ଜଣେ କଳାକାର କିପରି ସବୁକିଛି ପାଇଁ ଦାୟୀ ରହିବେ ?

Published By : Ladu Kishor | December 13, 2024 10:37 PM

ନୂଆଦିଲ୍ଲୀ: ଅଟଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ବେବି ଜନ୍ ରେ ମୁଖ୍ୟ ଭୁମିକାରେ ଆସୁଛନ୍ତି ବରୁଣ ଧାୱନ । ଏହି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ସେ ଶୁକ୍ରବାର ଜୟପୁରରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସେ ଅଲୁ ଅର୍ଜୁନଙ୍କ ଗିରଫଦାରୀ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହି ସମୟରେ ସେ ଅଲ୍ଲୁଙ୍କୁ ସମର୍ଥନ ଜଣାଇଥିଲେ । କହିଥିଲେ ଯେ, ଜଣେ କଳାକାର କିପରି ସବୁକିଛି ପାଇଁ ଦାୟୀ ରହିବେ ? 

ବରୁଣ ଧାୱନ କହିଛନ୍ତି, 'ପ୍ରୋଟୋକଲରେ ଅନେକ ସୁରକ୍ଷା ବ୍ୟବସ୍ଥା ରହିଥାଏ । ଜଣେ ଅଭିନେତା ସବୁକିଛି ପାଇଁ କିପରି ଦାୟୀ ହୋଇପାରିବ? ମହିଳାଙ୍କ ମୃତ୍ୟୁକୁ ନେଇ ବରୁଣ ଧାୱନ ଦୁଖ ପ୍ରକାଶ କରିଥିବା ବେଳେ ସେ ଆହତ ପୁଅକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଆଉ କହିଛନ୍ତି ଯେ, ଏହି ଘଟଣାରେ କେବଳ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିବା ଠିକ୍ ନୁହେଁ।

ସୂଚନାଥାଉକି, ଡିସେମ୍ବର ୪ ରେ ପୁଷ୍ପା ୨ ସ୍କ୍ରିନିଂରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପୋଲିସ ଅଲୁ ଅର୍ଜୁନଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲା। ଅଭିନେତାଙ୍କ ବ୍ୟତୀତ, ତାଙ୍କ ସୁରକ୍ଷା ଦଳ ତଥା ଥିଏଟର ମ୍ୟାନେଜରଙ୍କ ବିରୋଧରେ ଚିକଡପାଲି ପୋଲିସ ଷ୍ଟେସନରେ ଧାରା 105 ଏବଂ 118 (1) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

ଗିରଫ ଶୈଳୀ ଉପରେ ମଧ୍ୟ ଅଲୁ ଅର୍ଜୁନ ପ୍ରଶ୍ନ ଉଠାଇଥିଲେ । ପୋଲିସ ତାଙ୍କୁ ଅନ୍ୟାୟ କରି ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ପୋଷାକ ବଦଳାଇବାକୁ କିମ୍ବା ଜଳଖିଆ ଖାଇବାକୁ ସୁଯୋଗ ଦିଆଯାଇନଥିଲା । କେବଳ ଏତିକି ନୁହେଁ ଅଭିନେତା ଦାବି କରିଛନ୍ତି ଯେ, ପୋଲିସ ତାଙ୍କ ଶୋଇବା ଘରେ ମଧ୍ୟ ପ୍ରବେଶ କରିଛି।

୧୩ ଡିସେମ୍ବର(ଶୁକ୍ରବାର) ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ ତାଙ୍କ ଘରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ସୋସିଆଲ ମିଡିଆରେ ଅଭିନେତାଙ୍କ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଠାରେ ସେ କଫି ପିଇବା ସମୟରେ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କୁ ଭେଟିଥିବାର ନଜର ଆସିଛନ୍ତି । ଅଭିନେତାଙ୍କ ଗିରଫଦାରୀକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.