ଘରେ ରଖିଥିବା ଝାଡୁ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହି ନିୟମ

ନୂଆଦିଲ୍ଲୀ ୩୦/୧୧: ଘର ସଫା କରିବା ପାଇଁ ଝାଡୁ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣନ୍ତି ଏହା ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିପାରେ। ବାସ୍ତୁରେ ଝାଡୁ ସହିତ ଜଡିତ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ଆମେ ଘରର ଭାଗ୍ୟ ପରିବର୍ତ୍ତନ କରିପାରିବା। ତେବେ ଚାଲନ୍ତୁ ଜାଣିବା କେଉଁ ଦିଗରେ ଝାଡୁ ରଖିବା ଉଚିତ୍ ଏବଂ ଝାଡୁ ସହ ଜଡିତ ଟିପ୍ସ।
-ହିନ୍ଦୁ ମାନ୍ୟତା ଅନୁଯାୟୀ, କେବେ ବି ଝାଡୁକୁ ଠିଆ କରି ରଖିବା ଉଚିତ୍ ନୁହେଁ। ଏହା ଦ୍ୱାରା ଘରେ ଦାରିଦ୍ର୍ୟତା ବଢିଥାଏ। ଝାଡୁକୁ ସର୍ବଦା ଶୋଇବା ଭଳି ରଖନ୍ତୁ।
-କେଉଁ ଦିଗରେ ଝାଡୁ ରଖିବା ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଝାଡୁର ମୁହଁକୁ ସର୍ବଦା ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଆଡକୁ ରଖନ୍ତୁ।
-ବାସ୍ତୁ ଅନୁଯାୟୀ, ଝାଡୁକୁ ଐଶାନ୍ୟ କୋଣ ଏବଂ ରୋଷେଇ ଘରେ କେବେବି ରଖିବା ଉଚିତ୍ ନୁହେଁ। ଏହାକୁ ଛାତ କିମ୍ବା ଘର ବାହାରେ ରଖିବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା ଚୋରି ଏବଂ ଅଘଟଣର ଆଶଙ୍କା ବଢିପାରେ।
-ଯଦି ଆପଣଙ୍କ ଘରର ଝାଡୁ ପୁରୁଣା ହୋଇଯାଇଛି ଏବଂ ତାହାକୁ ବଦଳାଇବାକୁ ଚାହୁଁଛନ୍ତି, ତେବେ ଏହାକୁ ସବୁବେଳେ ଶନିବାର, ଅମାବାସ୍ୟା, ହୋଲିକା ଦହନ ପରେ କିମ୍ବା ଚନ୍ଦ୍ରଗ୍ରହଣ ପରେ ବଦଳାଇବା ଉଚିତ୍ । ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଆପଣ ଯେଉଁଠି ଝାଡୁକୁ ରଖୁଛନ୍ତି, ସେଠାରେ କାହାର ପାଦ ବାଜିବା ଉଚିତ୍ ନୁହେଁ।
-ସୂର୍ଯ୍ୟାସ୍ତ ପରେ ମଧ୍ୟ ଝାଡୁ କରିବା ଧନ ହାନୀ ହୋଇଥାଏ।