ଭୁଲରେ ବି ଘରେ ବ୍ୟବହାର କରନ୍ତୁନି ଏହି କାଠ, ନଚେତ୍ ହୋଇପାରେ ଅନେକ କ୍ଷତି

ନୂଆଦିଲ୍ଲୀ ୩୦/୧୧: ସାଜସଜ୍ଜା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମାନ ମହତ୍ୱ ରଖିଥାଏ। କିନ୍ତୁ ସାଜସଜ୍ଜାରେ ବ୍ୟବହୃତ ଜିନିଷ ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ ଘରର ସାଜସଜ୍ଜା ସମୟରେ ଆମେ କେଉଁ ଜିନିଷ ବ୍ୟବହାର କରୁଛୁ, ତାହା ଘରେ ନକାରାତ୍ମକ ଶକ୍ତି ଆଣୁନାହିଁ ତ? ଏହି ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ଘର ସଜାଇବା ସମୟରେ ବିଭିନ୍ନ ପ୍ରକାରର କାଠ ଏବଂ ସେଥିରୁ ନିର୍ମିତ ଜିନିଷ ବ୍ୟବହାର କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ତିନି ପ୍ରକାରର କାଠର ବ୍ୟବହାର ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଏ। ତେଣୁ କାଠରେ ନିର୍ମିତ କୌଣସି ଜିନିଷ କିଣିବା ପୂର୍ବରୁ ଏହାକୁ ଯାଞ୍ଚ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ସେହି ୩ ଟି ଅଶୁଭ ଗଛ ବିଷୟରେ…
କ୍ଷୀର ବହାରୁଥିବା ଗଛ :
ଏହିପରି ଗଛର କାଠ, ଏହାର ଶାଖା କିମ୍ବା ପତ୍ରରୁ ବାହରୁଥିବା ଧଳା କ୍ଷୀରରୁ ଅଠାଳିଆ ପଦାର୍ଥ ବାହରେ। ଘର ସଜାଇବା ପାଇଁ ଏପରି ଗଛର କାଠ କେବେବି ବ୍ୟବହାର କରାଯିବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୁଲରେ ମଧ୍ୟ ଘରର ସାଜସଜ୍ଜାରେ ଏପରି କାଠ ବ୍ୟବହାର କରନ୍ତୁ ନାହିଁ। ଏହା ଘରେ ବାସ୍ତୁ ଦୋଷ ବଢାଇଥାଏ।
ସ୍ମସାନରେ ବଢିଥିବା ଗଛ :
ସ୍ମସାନରେ ବଢିଥିବା ଗଛର କାଠ ଘରର ସାଜସଜ୍ଜାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏପରି କାଠରେ ନିର୍ମିତ ଯେକୌଣସି ଜିନିଷକୁ ଘରକୁ ଆଣିବା ଦ୍ୱାରା, ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ। ଏହିପରି କାଠ ଠାରୁ ଦୂରରେ ରହିବା ଭଲ।
ଶୁଖିଲା ଗଛ :
ଶୁଖିଲା ଗଛ କାଠରେ ନିର୍ମିତ କୌଣସି ସାଜସଜ୍ଜା ସାମଗ୍ରୀକୁ ଘରକୁ ଆଣନ୍ତୁ ନାହିଁ । ଏପରି କାଠରେ ନିର୍ମିତ କୌଣସି ଜିନିଷକୁ ଘରକୁ ଆଣିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ।