ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତୁଳସୀ ଗଛ ଥିଲେ ଜାଣି ରଖନ୍ତୁ ଏହି ସବୁ ନିୟମ, ନଚେତ୍ ପଡ଼ିପାରେ କୁପ୍ରଭାବ

Published By : Anindita Ratha | January 23, 2025 3:24 PM

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀ ଭାବରେ ପୂଜା କରାଯାଏ । ତେଣୁ ତୁଳସୀ ଗଛକୁ ପ୍ରତ୍ୟେକ ଭାରତୀୟଙ୍କ ଘରେ ପୂଜା କରାଯାଉଥିବାର ଦେଖିବାକୁ ମିଳେ । ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହୋଇଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ତୁଳସୀ ଗଛ ପୂଜା କରାଯାଏ ।ଯଦି ଘରେ ତୁଳସୀ ଗଛ ପୂଜା କରୁଛନ୍ତି ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ । ଯଦି ଏହି ଜିନିଷକୁ ଧ୍ୟାନରେ ରଖାଯାଏ ତେବେ ଘର ଉପରେ ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ରହିଥାଏ । ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ଘରେ କଦାପୀ ଅର୍ଥର ସମସ୍ୟା ନ ରହିବା ସହ ପରିବାର ସଦସ୍ୟ ସୁସ୍ଥ ରହିଥାନ୍ତି । ତେବେ ଆସନ୍ତୁ ସେସବୁ ନିୟମ ବିଷୟରେ। 

ଏକାଦଶୀ, ରବିବାର, ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀ ଗଛରୁ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । ଏହି ଦିନ କିମ୍ବା ରାତିରେ ପତ୍ର ଛିଣ୍ଡାଇବା ଦ୍ବାରା ଘର ପ୍ରତି ଅଶୁଭ ହୋଇଥାଏ । ସେହିପରି ଆବଶ୍ୟକ ନ ଥିଲେ ତୁଳସୀ ପତ୍ରକୁ ଛିଣ୍ଡାନ୍ତୁ ନାହିଁ । ଏଭଳି କରିବାଦ୍ବାରା ଦୋଷ ଲାଗିଥାଏ । ସେହିପରି ଶିବପୂରାଣ ଅନୁସାରେ, ଶିବଲିଙ୍ଗ ଉପରେ ତୁଳସୀ ପତ୍ର ଚଢ଼ାଇବା ଉଚିତ ନୁହେଁ । ତୁଳସୀଙ୍କୁ ପ୍ରତିଦିନ ପୂଜା କରିବା ଉଚିତ । ସବୁଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଦୀପ ଜଳାଇବା ଉଚିତ । ଯେଉଁ ଲୋକ ପ୍ରତିଦିନ ସନ୍ଧ୍ୟାରେ ତୁଳସୀଙ୍କ ପାଖରେ ଦୀପ ଜାଳେ ସେମାନଙ୍କୁ ସର୍ବଦା ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହାସହ ଘର ଅଗଣାରେ ତୁଳସୀ ଗଛ ଥିଲେ ଘରୁ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ । ପରିବାରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହା ଶୁଭ ପ୍ରଭାବ ପକାଇଥାଏ ବୋଲି ବିଶ୍ବାସ ରହିଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.