ନୂଆଦିଲ୍ଲୀ, ୨୨/୧୨ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କାରକେଡ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କାରକେଡ଼ରେ ଯାଉଥିବା ପୋଲିସର ଗାଡ଼ି ଦୁର୍ଘଟଣର ଶିକାର ହୋଇଛି । ଏଥିରେ ୪ରୁ ୫ଜଣ ପୋଲିସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ବସୁନ୍ଧରା ରାଜେ ନିଜ ଗାଡ଼ି ଅଟକାଇ ଆହତ ପୋଲିସ କର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଥିଲେ ।
ପ୍ରକାଶ ଯେ, ପୂର୍ବତନ ସିଏମ୍ ବସୁନ୍ଧରା ରାଜେଙ୍କ କାରକେଡର ପଛରେ ଯାଉଥିବା ପୋଲିସର ଜିପ୍ ଓଲଟିବାରୁ ପୋଲିସ କର୍ମୀ ଆହତ ହୋଇଥିଲେ । ଏହି ଘଟଣା ପାଲୀ ଜିଲ୍ଲାର ବାଲୀ ଅଞ୍ଚଳରେ ଘଟିଛି। ମନ୍ତ୍ରୀ ଓଟା ରାମ ଦେବାସୀଙ୍କ ମା’ଙ୍କ ମୃତ୍ୟୁରେ ସମବେଦନା ବ୍ୟକ୍ତ କରିବାକୁ ତାଙ୍କ ଗାଁ ମୁଣ୍ଡାରାରୁ ଜୋଧପୁର ଫେରୁଥିଲେ ।
ଯେଭଳି ଭାବେ ପୂର୍ବତନ ସିଏମଙ୍କୁ ଏହି ବିଷୟରେ ଜଣାପଡ଼ିଥିଲା ସେ ଆହତମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ଆମ୍ବୁଲାନ୍ସରେ ବସାଇ ମେଡ଼ିକାଲକୁ ପଠାଇଥିଲେ । ତାଘଭ୍କ ସହ ବାଲୀ ବିଧାୟକ ପୁଷ୍ପେନ୍ଦ୍ର ସିଂହଙ୍କୁ ପଠାଇଥିଲେ । ଯେଉଁଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଚାଲିଛି ।