ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବିସିସିଆଇ ସିଲେକ୍ସନ କମିଟି: ସିଲେକ୍ଟର ରେସ୍‌ରେ ସବୁଠୁ ଆଗରେ ଭେଙ୍କଟେସ ପ୍ରସାଦ

ନୂଆଦିଲ୍ଲୀ,୧।୧୨: ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତର ପରବର୍ତ୍ତୀ ସିଲେକ୍ଟର ହେବାର ରେସ୍‌ରେ ସବୁଠାରୁ ଆଗରେ ଅଛନ୍ତି। ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ସେମିଫାଇନାଲରୁ ଟିମ୍ ଇଣ୍ଡିଆ ବାହାର ହେବା ପରେ ବିସିସିଆଇ କିଛି ବଡ ନିଷ୍ପତ୍ତି ନେଇଥିଲା ଏବଂ ସିଲେକ୍ଟ କମିଟିକୁ ବରଖାସ୍ତ କରିବା ତା ମଧ୍ୟରୁ ଅନ୍ୟତମ। ବୋର୍ଡ ଏହି ପଦବୀରେ ଆବେଦନ ପାଇଁ ଆବେଦନ କରିବାକୁ ବିଜ୍ଞାପନ ଦେଇଥିଲା। ବହୁ ପୂର୍ବତନ କ୍ରିକେଟର ଏଥିପାଇଁ ଆବେଦନ କରିଛନ୍ତି।  କିନ୍ତୁ ଭେଙ୍କଟେଶ ପ୍ରସାଦ ଖାଲି ଥିବା ପଦବୀ ପୂରଣ କରିପାରନ୍ତି। ସେ ଚିଫ୍ ସିଲେକ୍ଟର ହୋଇପାରନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଭେଙ୍କଟେଶ ପ୍ରସାଦ ଚୟନକର୍ତ୍ତା ପଦ ପାଇଁ ଆଗଧାଡ଼ିର ଅଟନ୍ତି ଏବଂ ତାଙ୍କୁ ଜାତୀୟ ମୁଖ୍ୟ ଚୟନକର୍ତ୍ତା ଭାବରେ ମଧ୍ୟ ନିଯୁକ୍ତ ହେବାର ସମ୍ଭାବନା ରହିଛି। ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ପ୍ରସାଦଙ୍କ କ୍ୟାରିୟର ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ଥିବା ବେଳେ ସେଥିରେ ୩୩ଟି ଟେଷ୍ଟ ଏବଂ ୧୬୧ ଟି ଦିନିକିଆ ମ୍ୟାଚ୍‌ର ଅନୁଭବ ରହିଛି। ସେ ମୋଟ ୨୯୨ ଟି ଅନ୍ତର୍ଜାତୀୟ ଓ୍ବିକେଟ ନେଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.